ଓଡିଶା

odisha

ETV Bharat / sports

ଆଇପିଏଲ ସିଜନ 12: ମ୍ୟାଚ ପୂର୍ବରୁ ପୁରୁଣା ଅନ୍ଦାଜରେ ମାହି

ପ୍ରାକ୍ଟିସ ସେସନରେ ଧୋନି ପ୍ରାୟ 140 ସେକେଣ୍ଡ ପର୍ଯ୍ୟନ୍ତ ବ୍ୟାଟିଂ ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଥିଲା ।

By

Published : Mar 18, 2019, 1:45 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର

ସିଏସ୍‌କେ ତାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଧୋନିଙ୍କ ଏକ ଭିଡିଓ ପୋଷ୍ଟ କରିଛି । ଏହି ଭିଡିଓରେ ଧୋନି ନେଟରେ ବଡ ବଡ ସଟ ଖେଳୁଥିବାର ଦେଖାଯାଉଛି । ଏହି ଅଭ୍ୟାସ ବେଳେ ଧୋନି ସବୁପ୍ରକାର ସଟ ଖେଳିଛନ୍ତି । ସ୍ପିନର୍ସଙ୍କ ବିପକ୍ଷରେ ଧୋନି ଆଗକୁ ବଢ଼ି ଖେଳୁବାର ରଣନୀତି କରିଥିବା ବେଳେ ଫାଷ୍ଟ ବୋଲରଙ୍କୁ ପଛକୁ ହଟି ସର୍ଟ ଖେଳିଛନ୍ତି ।

ବୋଲିଂରେ ଶାର୍ଦୁଲ ଠାକୁର, କର୍ଣ୍ଣ ଶର୍ମା ଓ ଦୀପକ ଚାହର ଅଭ୍ୟାସ କରିଛନ୍ତି । ସେପଟେ ରାଇନା, ଧୋନି ଓ ରାୟଡୁଙ୍କ ସହ କେଦାର ଯାଦବଙ୍କ ମଧ୍ୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ସିଏସକେ ମୁଖ୍ୟ କୋଚ ସ୍ଟିଫେନ ଫ୍ଲେମିଙ୍ଗ ଓ କୋଚ ମାଇକ ହସିଙ୍କ ତତ୍ତ୍ୱାବଧାନତାରେ ବ୍ୟାଟ୍ସମ୍ୟାନମାନେ ପ୍ରାକ୍ଟିସ କରିଛନ୍ତି । ହସି ଆଶା କରିଛନ୍ତି ଯେ ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ସିଏସ୍‌କେ ତାର ସଫଳତା ଜାରି ରଖିବ ।

ABOUT THE AUTHOR

...view details