ଓଡିଶା

odisha

ETV Bharat / sports

ପ୍ରଥମ ମ୍ୟାଚର ସମସ୍ତ ଆୟ ପୁଲୱାମା ଶହୀଦଙ୍କ ପରିବାରକୁ ଦାନ କରିବ ସିଏସ୍‌କେ - bravehearts

ସିଏସ୍‌କେ ଓ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବାକୁ ଥିବା ମ୍ୟାଚର ସମସ୍ତ ଆୟ ପୁଲୱାମା ଶହୀଦଙ୍କ ପରିବାରକୁ ଦାନ କରିବ ସିଏସ୍‌କେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର

By

Published : Mar 21, 2019, 10:43 AM IST

ଚେନ୍ନାଇ: ମାର୍ଚ୍ଚ 23ର ଆରମ୍ଭ ହେଉଛି ଆଇପିଏଲର ଦ୍ୱାଦଶ ସଂସ୍କରଣ। ପ୍ରଥମ ମ୍ୟାଚ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଚେନ୍ନାଇ ସୁପରକିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ତେବେ ଏହି ମ୍ୟାଚରେ ଟିକେଟ ବିକ୍ରିରୁ ଯାହା ଆୟ ହେବ ସେ ସମସ୍ତ ପୁଲୱାମା ଶହୀଦଙ୍କ ପରିବାରଙ୍କୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ଟିମ ନିର୍ଦ୍ଦେଶକ ରାକେଶ ସିଂହ। ବୁଧବାର ଏନେଇ ସୂଚନା ଦେଇ ସିଏସ୍‌କେ ନିର୍ଦ୍ଦେଶକ କହିଛନ୍ତି ଯେ ‘ଆମ କ୍ୟାପ୍ଟେନ ଏମ୍‌ଏସ୍‌ ଧୋନି, ଯିଏ ଭାରତୀୟ ପ୍ରାଦେଶିକ ସ୍ଥଳ ସେନାର ଲେଫ୍ଟନାଣ୍ଟ କର୍ଣ୍ଣଲ ଅଛନ୍ତି, ସେ ଏହି ଚେକ ପ୍ରଦାନ କରିବେ।

ସିଏସ୍‌କେ ଓ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବାକୁ ଥିବା ମ୍ୟାଚର ସମସ୍ତ ଟିକେଟ, ବିକ୍ରି ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ବିକ୍ରି ହୋଇଯାଇଥିଲା।

ସୂଚନା ଯୋଗ୍ୟ ଯେ ଗତ ଫେବୃଆରୀ 14 ତାରିଖରେ ଜମ୍ମୁ କାଶ୍ମୀରର ପୁଲୱାମା ଠାରେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଦ୍ୱାରା ସିଆରପିଏଫ ଜବାନଙ୍କ ଉପରେ ଆକ୍ରମଣ କରିଥିଲା । ଯାହା ଫଳରେ 40 ଜଣ ସିଆରପିଏଫ ଜବାନ ଶହୀଦ ହୋଇଥିଲେ।

ABOUT THE AUTHOR

...view details