ଓଡିଶା

odisha

ETV Bharat / sports

World Cup 2023: 'ଟିମ୍ ଇଣ୍ଡିଆକୁ ସାମ୍ନା କରିବାକୁ ଅନ୍ୟ ଦଳ ଭୟ କରୁଛନ୍ତି' - ବିଶ୍ବକପ 2023

ଚଳିତ ଆଇସିସି କ୍ରିକେଟ ବିଶ୍ବକପରେ ଭାରତୀୟ କ୍ରିକେଟ ଦଳ ଫୁଲ ପର୍ମରେ ରହିଛି । 8ଟି ଲିଗ ମ୍ୟାଚ ଜିତି ଏଯାବତ ଅପରାଜେୟ ରହିଛି ଦଳ । ଟିମ୍ ଇଣ୍ଡିଆର ଏହି ପ୍ରଦର୍ଶନ ପରେ ଦଳକୁ ସାମ୍ନା କରିବାକୁ ଅନ୍ୟ ଦଳ ଭୟ କରୁଥିବା କହିଛନ୍ତି ପୂର୍ବତନ କ୍ରିକେଟର ରାଜେଶ ଚୌହାନ। ଅଧିକ ପଢନ୍ତୁ

Interview with former cricketer Rajesh Chauhan
cricket world cup 2023

By ETV Bharat Odisha Team

Published : Nov 8, 2023, 1:25 PM IST

ହାଇଦ୍ରାବାଦ:ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ତାର ବ୍ୟାଟିଂ ଓ ବୋଲିଂରେ ଉଲ୍ଲେଖ୍ୟନୀୟ ପ୍ରଦର୍ଶନ କରିଛି । ଚଳିତ କ୍ରିକେଟ ବିଶ୍ବକପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଉଲ୍ଲେଖନୀୟ ପ୍ରଦର୍ଶନ ସହ ଭାରତ ନୂଆ ଶିଖର ଛୁଇଁଛି । ଭାରତୀୟ କ୍ରିକେଟ ଦଳର ଏହା ସ୍ବର୍ଣ୍ଣିମ ଯୁଗ କୁହାଯାଉଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ପାଇଁ ତାର ସାମ୍ନା କରିବାକୁ ଅନ୍ୟ ଦଳ ଭୟ କରୁଛନ୍ତି ବୋଲି ଇଟିଭି ଭାରତକୁ ସାକ୍ଷାତକାର ଦେଇ କହିଛନ୍ତି ପୂର୍ବତନ କ୍ରିକେଟର ରାଜେଶ ଚୌହାନ ।

ଇଟିଭି ଭାରତକୁ ସାକ୍ଷାତକାର ଦେଇ ରାଜେଶ ଚୌହାନ କହିଛନ୍ତି, '' ବର୍ତ୍ତମାନ ଭାରତୀୟ ଦଳରେ 5 ଜଣ ବୋଲର ଅସାଧାରଣ ବୋଲିଂ କରୁଛନ୍ତି । ଅଧିନାୟକ ରୋହିତ ଶର୍ମା ମୈଦାନ ଭିତରେ ଓ ବାହାରେ ଜଣେ ଭଲ ଲିଡର । ଦଳର ନେତୃତ୍ବା ନେବାରେ ତାଙ୍କ ଭୂମିକା ଅସାଧାରଣ । ରୋହତିଙ୍କ ନେତୃତ୍ବ ଦଳକୁ ସଫଳତା ଦେଇଛି । ଏହା ସହିତ ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲଙ୍କ ଭଳି ଖେଳାଳି ଦଳକୁ ଆଗେଇ ନେଇଛନ୍ତି । ଖେଳାଳିଙ୍କ ମଧ୍ୟରେ ଅତୁଟ ବନ୍ଧନ ଦଳର ବିଜୟରେ ସହାୟକ ହୋଇଛି । ଚଳିତ ବିଶ୍ବକପରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦଳର ସାମ୍ନା କରିବାକୁ ଅନ୍ୟ ଦଳ ଭୟ ପ୍ରକାଶ କରୁଛନ୍ତି ।''

ଆଗକୁ ସେମିଫାଇନାଲ ରହିଛି । ସେନେଇ ରାଜେଶ ଚୌହାନ କହିଛନ୍ତି, ସେମିଫାଇନାଲ ଓ ଫାଇନାଲ ସହିତ ଟୁର୍ଣ୍ଣାମେଣ୍ଟର ଆଗାମୀ ପର୍ଯ୍ୟାୟରେ ମଜଭୁତ ପ୍ରତିନିଧିତ୍ବ ହେବ । ଦଳର ଘାତକ ବୋଲର ବିଶେଷ କର ଦ୍ରୁତ ବୋଲର ଦଳ ପାଇଁ ସହାୟକ ହେବେ । ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କ ଭଳି ଖେଳାଳି ରହିଛନ୍ତି । ଘାତକ ବୋଲର ବିପକ୍ଷଙ୍କ ମଧ୍ୟରେ ଆତଙ୍କ ଖେଳାଇଛନ୍ତି । ରାହୁଲ ଦ୍ରାବିଡ ଜଣେ ଆସାଧାରଣ ଦକ୍ଷ କୋଚ । ତାଙ୍କ ପ୍ରଶିକ୍ଷଣରେ ଦଳ ଅଧିକ ସନ୍ତୁଳିତ ମଜଭୁତ ହୋଇଛି । ଶିବିରରରେ ରାହୁଲ ଦ୍ରାବିଡଙ୍କ ଉପସ୍ଥିତି ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।''

ପ୍ରକାଶ ଥାଉ କି, ଚଳିତ ବିଶ୍ବକପରେ ଭାରତ 5ଥର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଆଧିପତ୍ୟ ବିସ୍ତାର କରି ଲଗାତାର 8ମ ବିଜୟ ସହ ଟେବୁଲ ଟପରେ ରହିଛି । ଅଷ୍ଟ୍ରେଲିଆ, ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ, ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ନ୍ଯୁଜିଲାଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା କେହି ବି ଟିମ ଇଣ୍ଡିଆକୁ ଅଟକାଇପାରି ନାହାନ୍ତି । ଆସନ୍ତା 12 ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ଶେଷ ଲିଗ ମ୍ୟାଚ ଖେଳିବ । ଏହି ମ୍ୟାଚ୍‌ ଜିତିବା ସହ ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିବା ଲକ୍ଷ୍ୟରେ ରହିଛି ରୋହିତ ସେନା ।

ABOUT THE AUTHOR

...view details