ଓଡିଶା

odisha

ETV Bharat / sports

Et tu, Waqar: 'ନମାଜ' କମେଣ୍ଟ ପରେ ଆକାଶ-ଭୋଗଲେଙ୍କ କଡା ଜବାବ

ପୂର୍ବତନ ପାକିସ୍ତାନ କ୍ୟାପଟେନ ୱାକର ୟୁନିସଙ୍କ ବିବାଦୀୟ ବୟାନ । ଜଣେ ପୂର୍ବତନ କ୍ରିକେଟର ହୋଇ ଭଦ୍ର ଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟ ମ୍ୟାଚ୍‌କୁ ନେଇ ଧର୍ମୀୟ ଆଧାରରେ ଟିପ୍ପଣୀ କରିଛନ୍ତି ୟୁନିସ୍‌ । ଅଧିକ ପଢନ୍ତୁ...

By

Published : Oct 26, 2021, 8:55 PM IST

Updated : Oct 26, 2021, 10:27 PM IST

Et tu, Waqar: Aakash Chopra on former pacer's 'namaz' comment
Et tu, Waqar: 'ନମାଜ' କମେଣ୍ଟ ପରେ ଆକାଶ ଚୋପ୍ରାଙ୍କ କଡା ଜବାବ

ଦୁବାଇ:ପୂର୍ବତନ ପାକିସ୍ତାନ କ୍ୟାପଟେନ ୱାକର ୟୁନିସଙ୍କ ବିବାଦୀୟ ବୟାନ । ଜଣେ ପୂର୍ବତନ କ୍ରିକେଟର ହୋଇ ଭଦ୍ର ଲୋକଙ୍କ ଖେଳ କୁହାଯାଉଥିବା କ୍ରିକେଟ ମ୍ୟାଚ୍‌କୁ ନେଇ ଧର୍ମୀୟ ଆଧାରରେ ଟିପ୍ପଣୀ କରିଛନ୍ତି ୟୁନିସ୍‌ । ରବିବାର ICC ଟି-୨୦ ବିଶ୍ବକପରେ ଖେଳାଯାଇଥିବା ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ଡ୍ରିଙ୍ଗ୍ସ ବ୍ରେକ୍‌ ସମୟରେ ପାକିସ୍ତାନୀ ଓପନର ମହମ୍ମଦ ରିଜୱାନ ପଡିଆ ମଧ୍ୟରେ ନମାଜ ପଢିଥିଲେ ।

ଏହାକୁ ନେଇ ପୂର୍ବତନ ପାକିସ୍ତାନ କ୍ୟାପଟେନ ୱାକର ୟୁନିସ ଏକ ଗଣମାଧ୍ୟମରେ କହିଛନ୍ତି, "ଯେଉଁପରି ଭାବେ ବାବର ଓ ରିଜୱାନ ବ୍ୟାଟିଂ କରୁଥିଲେ, ଷ୍ଟ୍ରାଇକ୍‌ ରୋଟେଟ୍‌ କରୁଥିଲେ ଓ ତାଙ୍କର ମୁହଁକୁ ଦେଖି ଖୁସି ଅନୁଭବ ହେଉଥିଲା । ସବୁଠୁ ଭଲ କଥା ହେଉଛି, ରିଜୱାନ ପଡିଆରେ ନମାଜ ପାଠ କରିଥିଲେ, ଯେଉଁଠାରେ ଚାରିପଟେ ହିନ୍ଦୁ ଘେରି ରହିଥିଲେ, ଏହା ମୋ ପାଇଁ ସ୍ବତନ୍ତ୍ର ଥିଲା ।"

ୱାକର ୟୁନିସଙ୍କ ଏହି ବୟାନ ପରେ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରାଙ୍କ ସମେତ ଅନେକ ଜଣ ତାଙ୍କୁ କଡା ଜବାବ ଦେଇଛନ୍ତି । ଏପରିକି ହର୍ଷ ଭୋଗଲେ ମଧ୍ୟ ଟ୍ବିଟ୍ କରି ୟୁନିସଙ୍କୁ ସମାଲୋଚନା କରିଛନ୍ତି । ଏପରିକି କିଛି ପାକିସ୍ତାନୀ ଫ୍ୟାନ୍ସ ମଧ୍ୟ ପୂର୍ବତନ ଦ୍ରୁତ ବୋଲର ୱାକରଙ୍କୁ ସମାଲୋଚନା କରିବା ସହ 'ୱାକର ତୁମର ଧିକ୍‌' ବୋଲି ଟ୍ବିଟ୍‌ରେ ଲେଖିଛନ୍ତି । ଆଉଜଣେ ଫ୍ୟାନ୍ସ ମଧ୍ୟ ଏହି ଘଟଣାରେ ୱାକରଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି କହିବା ସହ ଏହି ବୟାନ ଦୁଃଖଦ ବୋଲି କହିଛନ୍ତି ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ରବିବାର ପାକିସ୍ତାନକୁ ୧୦ ୱିକେଟରେ ଭାରତକୁ ହରାଇବାରେ ସମର୍ଥ ହୋଇଥିଲା । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ପାକିସ୍ତାନର ଏହା ପ୍ରଥମ ବିଜୟ । ସେହିପରି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର ଏହା ପ୍ରଥମ ୧୦ ୱିକେଟ ପରାଜୟ ଓ ପାକିସ୍ତାନର ପ୍ରଥମ ୧୦ ୱିକେଟ ବିଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2021, 10:27 PM IST

ABOUT THE AUTHOR

...view details