ଓଡିଶା

odisha

ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ: ଟସ ଜିତି ବ୍ୟାଟିଂ କରୁଛି ବ୍ଲାକ କ୍ୟାପ୍

By

Published : Jun 2, 2021, 5:29 PM IST

ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ । ଟସ୍‌ ଜିତି ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି ନେଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ । ଅଧିକ ପଢ଼ନ୍ତୁ...

England vs New Zealand 1st Test, New Zealand won the toss,  New Zealand  elected to bat first, ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ, ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ
ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ: ଟସ ଜିତି ବ୍ୟାଟିଂ କରୁଛି ବ୍ଲାକ କ୍ୟାପ

ଲଣ୍ଡନ: ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଛି ନ୍ୟୁଜିଲାଣ୍ଡ ବନାମ ଇଂଲଣ୍ଡ 2 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ । ଏହି ମ୍ୟାଚରେ ଲର୍ଡ୍ସ ଷ୍ଟାଡିଅମକୁ ଦର୍ଶକ ଫେରିଛନ୍ତି । କୋରୋନା ମହାମାରୀ ଯୋଗୁଁ ଗତ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ବିନା ଦର୍ଶକରେ ଖେଳାଯାଉଥିଲା ମ୍ୟାଚ ।

ପ୍ରଥମ ମ୍ୟାଚରେ ଇଂଲଣ୍ଡ ପାଇଁ ଡେବ୍ୟୁ କରୁଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ ଜେମ୍ସ ବ୍ରାସି ଓ ଦ୍ରୁତ ବୋଲର ଓଲି ରବିନସନ । ଆଇପିଏଲ ପରେ ଜସ ବଟଲର ଓ ଜନି ବେୟାରଷ୍ଟ୍ରୋଙ୍କୁ ବିଶ୍ରାମ ଦେବାକୁ ଇଂଲଣ୍ଡର ନିଷ୍ପତ୍ତି ପରେ ବ୍ରାସିଙ୍କୁ ଟିମରେ ସ୍ଥାନ ଦିଆଯାଇଛି । ଏହାସହ ଇଂଲଣ୍ଡ ୱିକେଟ କିପର ବେନ୍‌ ଫୋକ୍ସ ଆହତ ହୋଇ ମ୍ୟାଚରୁ ବାଦ ପଡ଼ିବା କାରଣରୁ ମଧ୍ୟ ବ୍ରାସିଙ୍କୁ ସୁଯୋଗ ମିଳିଛି ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଟିମରେ ଓପନର ଡେଭୋନ କନୱେଙ୍କୁ ସୁଯୋଗ ଦିଆଯାଇଛି । ଏନେଇ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିୟମସନ ଘୋଷଣା କରିଥିଲେ ।

ଏହି ସିରିଜ ପରେ ନ୍ୟୁଜିଲାଣ୍ଡ ଟିମ୍‌ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ସହ ମୁକାବିଲା କରିବ । ନ୍ୟୁଜିଲାଣ୍ଡ ଟିମକୁ ସ୍ପିନର ମିଚେଲ ସାଣ୍ଟନର ଓ ଅଲରାଉଣ୍ଡର କୋଲିନ ଡି ଗ୍ରାଣ୍ଡହୋମ ମଧ୍ୟ ଫେରିଛନ୍ତି ।

ଶେଷ ଖବର ସୁଦ୍ଧା, ନ୍ୟୁଜିଲାଣ୍ଡ 23.3 ଓଭର ଖେଳି ଗୋଟିଏ ଓ୍ବିକେଟ୍ ବିନିମୟରେ 85 ରନ ସ୍କୋର କରିଛି । ତେବେ ଓଲି ରବିନସନ ବିପକ୍ଷ ଦଳକୁ ପ୍ରଥମ ଝଟକା ଦେଇଛନ୍ତି । ସେ ଟମ୍ ଲାଥମଙ୍କ ଓ୍ବିକେଟ ଅକ୍ତିଆର କରିଛନ୍ତି ।

@ANI

ABOUT THE AUTHOR

...view details