ଓଡିଶା

odisha

ETV Bharat / sports

ପ୍ରଥମ ଟେଷ୍ଟ: ଦ୍ବିତୀୟ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ, ଭାରତ ୧୨୫/୪ - ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ

ଭାରତ ଓ ଇଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ଦ୍ବିତୀୟ ଦିନ ବର୍ଷା ପୂର୍ବରୁ ଭାରତ ୪ ୱିକେଟ ହରାଇ ମାତ୍ର ୧୨୫ ରନ ହିଁ କରି ପାରିଛି । ଅଧିକ ପଢ଼ନ୍ତୁ...

ପ୍ରଥମ ଟେଷ୍ଟ: ଦ୍ବିତୀୟ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ, ଭାରତ ୧୨୫/୪
ପ୍ରଥମ ଟେଷ୍ଟ: ଦ୍ବିତୀୟ ଦିନ ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ, ଭାରତ ୧୨୫/୪

By

Published : Aug 5, 2021, 10:09 PM IST

ଲଣ୍ଡନ:ଭାରତ ଓ ଇଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ଦ୍ବିତୀୟ ଦିନ ବର୍ଷା ପୂର୍ବରୁ ଭାରତ ୪ ୱିକେଟ ହରାଇ ମାତ୍ର ୧୨୫ ରନ ହିଁ କରି ପାରିଛି । ଗୋଟିଏ ସମୟରେ ୯୭ ରନ କରି କୌଣସି ୱିକେଟ ହରାଇନଥିଲା ଭାରତୀୟ ଦଳ । କିନ୍ତୁ ରୋହିତ ଶର୍ମା ଆଉଟ ହେବ ପରେ ଗୋଟିଏ ପରେ ୱିକେଟ ହରାଇବା ଆରମ୍ଭ କରିଥିଲା ଦଳ ।

ରୋହିତ ଶର୍ମା ୩୬ ରନ କରି ରବନସନଙ୍କ ଶିକାର ହୋଇଥିଲେ । ଏହାପରେ ଚେତେଶ୍ବର ପୂଜାରା ମାତ୍ର ୪ ରନ କରି ପାଭେଲିୟନ ଫେରଥିଲେ । ଏହାପରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଅଧିନାୟକ ବିରାଟ କୋହଲି । ତାଙ୍କ ଉପରେ ଦଳ ଭରସା କରି ରହିଥିବା ବେଳେ ପୁଣି ଇଂଲଣ୍ଡରେ ବିରାଟ କୋହଲି ଖରାପ ପ୍ରଦର୍ଶନ କରିଥିଲା । ଖାତା ଖୋଲିବା ପୂର୍ବରୁ ବିରାଟ କୋହଲି ଆଣ୍ଡରସନଙ୍କ ବଲରେ ଆଉଟ ହୋଇ ଫେରିଥିଲେ । ଏହାପରେ ଆଜିଙ୍କ୍ୟ ରାହାଣେ ମଧ୍ୟ ମାତ୍ର ୫ ରନ କରି ରନ୍ ଆଉଟ ହୋଇଥିଲେ ।

ବର୍ତ୍ତମାନ ପିଚରେ ଋଷଭ ପନ୍ତ ଓ ଓପନର କେଏଲ ରାହୁଲ ବ୍ୟାଟିଂ କରୁଛନ୍ତି । ୫୭ ରନ କରି ଅପରାଜିତ ରହିଛନ୍ତି କେଏଲ ରାହୁଲ । ସେହିଭଳି ଋଷଭ ପନ୍ତ ମଧ୍ୟ ୭ ରନ୍ କରି ଅପରାଜିତ ରହିଛନ୍ତି । ଭାରତ ଇଂଲଣ୍ଡଠାରୁ ଆହୁରି ୫୮ ରନ୍ ପଛରେ ରହିଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଗତ ବୁଧବାରଦିନଠାରୁ ୫ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ABOUT THE AUTHOR

...view details