ଓଡିଶା

odisha

ETV Bharat / sports

ଟି-20 ରାଙ୍କିଂରେ ଚତୁର୍ଥ ସ୍ଥାନରେ ପହଞ୍ଚିଲେ ବିରାଟ କୋହଲି

ଆଇସିସି ଟି-20 ରାଙ୍କିଂରେ ଚତୁର୍ଥ ସ୍ଥାନରେ ପହଞ୍ଚିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଗତ କିଛି ଦିନ ତଳେ ଟି-20 କ୍ରିକେଟ ଇତିହାସରେ ପ୍ରଥମ ବ୍ୟାଟସମ୍ୟାନ ଭାବରେ ସେ 3 ହଜାର ରନ ପୂରଣ କରିଥିଲେ।

By

Published : Mar 24, 2021, 7:00 PM IST

ଟି-20 ରାଙ୍କିଂରେ ଚତୁର୍ଥ ସ୍ଥାନରେ ପହଞ୍ଚିଲେ ବିରାଟ କୋହଲି
ଟି-20 ରାଙ୍କିଂରେ ଚତୁର୍ଥ ସ୍ଥାନରେ ପହଞ୍ଚିଲେ ବିରାଟ କୋହଲି

ଦୁବାଇ:ଆଇସିସି ଟି-20 ରାଙ୍କିଂରେ ଚତୁର୍ଥ ସ୍ଥାନରେ ପହଞ୍ଚିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଗତ କିଛି ଦିନ ତଳେ ଟି-20 କ୍ରିକେଟ ଇତିହାସରେ ପ୍ରଥମ ବ୍ୟାଟସମ୍ୟାନ ଭାବରେ ସେ 3 ହଜାର ରନ ପୂରଣ କରିଥିଲେ। ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟି-20 ସିରିଜକୁ 3-2ରେ ଜିତି ନେଇଥିଲା ଭାରତ। ଏହାପରେ ଟି-20 ରାଙ୍କିଂରେ ବିରାଟ କୋହିଲି ଚତୁର୍ଥ ସ୍ଥାନରେ ପହଞ୍ଚି ପାରିଛନ୍ତି।

ଇଂଲଣ୍ଡ ବିପକ୍ଷରେ ଶେଷ ଟି-20 ମ୍ୟାଚେ ବିରାଟ କୋହଲି 52ଟି ବଲରେ 80 ରନ କରିଥିଲେ। ରୋହିତ ଶର୍ମାଙ୍କ ଓପେନିଂ କରିଥିଲେ ବିରାଟ। ଦୁହିଁଙ୍କ ମଧ୍ୟରେ 94 ରନ ଭାଗିଦାରୀ ହୋଇଥିଲା। ତେବେ କୋହଲି ଚତୁର୍ଥ ସ୍ଥାନରେ ପହଞ୍ଚିବା ପରେ କେଏଲ ରାହୁଲ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ଇଂଲଣ୍ଡ ବିପକ୍ଷରେ ସେ ଭଲ ପର୍ଦର୍ଶନ କରି ପାରିନଥିଲେ।

ସେପଟେ ଦିନିକିଆ ରାଙ୍କିଂରେ ଇଂଲଣ୍ଡର ଜନି ବେୟାରଷ୍ଟୋ 4ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ରାଙ୍କିଂରେ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ଭାରତ ବିପକ୍ଷରେ ପ୍ରଥମ ଦିନିକିଆରେ ସେ ଦ୍ରୁତ 94 ରନ କରିଥିଲେ। ସେପଟେ ଦିନିକିଆ ରାଙ୍କିଂରେ ଦୁଇଟି ସ୍ଥାନ ଉପରକୁ ଉଠି 15ତମ ସ୍ଥାନରେ ପହଞ୍ଚିଛନ୍ତି ଶିଖର ଧୱନ। ବୋଲର ତାଲିକାରେ ଭୁବନେଶ୍ବର କୁମାର 5ଟି ସ୍ଥାନ ଉପରକୁ ଉଠି 20 ତମ ସ୍ଥାନରେ ପହଞ୍ଚିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଏହି ରାଙ୍କିଂ ପ୍ରକାଶ କରିଛି ଆଇସିସି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details