ଲଣ୍ଡନ: ଲର୍ଡ୍ସରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଅସନ୍ତୁଷ୍ଟ ଜାହିର କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ରବିବାର ଲର୍ଡ୍ସ ଟେଷ୍ଟର ଚତୁର୍ଥ ଦିନର ଶେଷ ସେସନରେ ଖରାପ ଆଲାେକ ସତ୍ତ୍ବେ ଅମ୍ପାୟର ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କୋହଲି ନିଜର ବ୍ୟାଟ୍ସମ୍ୟାନଙ୍କୁ ଫେରି ଆସିବାକୁ କହିଥିଲେ ।
ଲର୍ଡ୍ସ ବାଲକୋନିରେ ବସିଥିବା କ୍ୟାପଟେନ କୋହଲି ଦୁଇ ହାତ ଉଠାଇ ଖେଳାଳିଙ୍କୁ ଲାଇଟ୍ କମ ହେବା ନେଇ ଅମ୍ପାୟାରଙ୍କୁ ଅଭିଯୋଗ କରିବାକୁ କହିଥିଲେ ।