ଗାନ୍ଧୀନଗର:ଧିମା ବୋଲିଂ ପାଇଁ ପୁଣି ଦଣ୍ଡିତ ହେଲା ଟିମ ଇଣ୍ଡିଆ। ଇଂଲଣ୍ଡ ବିପକ୍ଷରେ ଶେଷ ଟି-20ରେ ଧିମା ବୋଲିଂ ଯୋଗୁଁ ଭାରତୀୟ କ୍ରିକେଟରଙ୍କ 40 ପ୍ରତିଶତ ମ୍ୟାଚ ଫିସ କଟି ଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଓଭର କମ ବୋଲିଂ କରିଥିଲା ଭାରତୀୟ ଦଳ। ଯାହା ଫଳରେ ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥ ଆଇସିସି ନିୟମ ଅନୁଯାୟୀ ଭାରତୀୟ ଦଳକୁ ଦଣ୍ଡିତ କରିଛନ୍ତି।
ଏହାକୁ ନେଇ ଆଇସିସି ପକ୍ଷରୁ କୁହାଯାଇଛି ଯେ, " ଆଇସିସିର ଧାରା 2.22 ଅନୁଯାୟୀ ଖେଳାଳି ଓ ସପୋର୍ଟ ପ୍ୟାନେଲଙ୍କୁ ଧିମା ବୋଲିଂ ପାଇଁ ଦଣ୍ଡିତ ହେବାକୁ ହେବ। ପ୍ରତି ଓଭର ପିଛା 10 ପ୍ରତିଶତ ମ୍ୟାଚ ଫିସ କାଟିବାକୁ ନିୟମ ରହିଛି। କୋହଲି ନିଜ ଭୁଲ ମାନି ନେଇଛନ୍ତି। ଏଥିପାଇଁ ଏହାକୁ ନେଇ କୌଣସି ଶୁଣାଣି ହେବ ନାହିଁ। ଭାରତୀୟ ଦଳର 20 ପ୍ରତିଶତ ମ୍ୟାଚ ଫିସ କଟାଯିବ।"