ଓଡିଶା

odisha

ETV Bharat / sports

100ତମ ଟେଷ୍ଟରେ ଈଶାନ୍ତକୁ ରାଷ୍ଟ୍ରପତିଙ୍କ ଉପହାର - ଇଶାନ୍ତଙ୍କ 100ତମ ଟେଷ୍ଟ

ଟେଷ୍ଟ କ୍ୟାରିୟରର 100ତମ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଛନ୍ତି ଭାରତୀୟ ଫାଷ୍ଟ ବୋଲର ଈଶାନ୍ତ ଶର୍ମା। ଏହାକୁ ନେଇ ଈଶାନ୍ତ ଶର୍ମାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅଧିକ ପଢ଼ନ୍ତୁ...

president ramnath kovind felicitated ishant sharma on his 100th test
100ତମ ଟେଷ୍ଟରେ ଇଶାନ୍ତକୁ ରାଷ୍ଟ୍ରପତିଙ୍କ ଉପହାର

By

Published : Feb 24, 2021, 7:23 PM IST

ଅହମ୍ମଦାବାଦ: ଟେଷ୍ଟ କ୍ୟାରିୟରର 100ତମ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଛନ୍ତି ଭାରତୀୟ ଫାଷ୍ଟ ବୋଲର ଈଶାନ୍ତ ଶର୍ମା। କପିଲ ଦେବଙ୍କ ପରେ ଏହି କିର୍ତ୍ତୀମାନ ହାସଲ କରିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ଫାଷ୍ଟ ବୋଲର। ଏହାକୁ ନେଇ ଈଶାନ୍ତ ଶର୍ମାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଈଶାନ୍ତ ଶର୍ମାଙ୍କ 100ତମ ଟେଷ୍ଟ ଅବସରରେ ତାଙ୍କୁ ଏକ ସ୍ବତନ୍ତ୍ର କ୍ୟାପ ଏକ ସ୍ମୃତିଚିତ୍ର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଈଶାନ୍ତଙ୍କ ଆଗାମୀ କ୍ୟାରିୟର ପାଇଁ ଶୁଭକାମନା ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି। ଏହାସହ ଈଶାନ୍ତ ପଡ଼ିଆ ଭିତରକୁ ପ୍ରବେଶ କଲାବେଳେ ସାଥୀ ଖେଳାଳି ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲେ। ଭାରତ ପାଇଁ ଈଶାନ୍ତ ଦ୍ବିତୀୟ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳୁଛନ୍ତି। ଏହାପୂର୍ବରୁ 2019ରେ ବାଲାଂଦେଶ ବିପକ୍ଷରେ ସେ ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳିଥିଲେ।

2007 ମସିହାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଈଶାନ୍ତ ଶର୍ମା। ବର୍ତ୍ତମାନ ସୁଦ୍ଧା ସେ 99ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ସେଥିମଧ୍ୟରେ 32.22 ହାରରେ 302ଟି ୱିକେଟ ନେଇଛନ୍ତି । ଘରୋଇ ପଡ଼ିଆରେ ଈଶାନ୍ତ ଶର୍ମା 39ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ବାହାର ଦେଶରେ 60 ଟେଷ୍ଟ ଖେଳିଛନ୍ତି। ଘରୋଇ ପଡି଼ଆରେ ସେ 103ଟି ୱିକେଟ ନେଇଥିବା ବେଳେ ବାହାର ଦେଶରେ 199ଟି ୱିକେଟ ନେଇଛନ୍ତି।

108 ରନ ଦେଇ 10ଟି ୱିକେଟ ହାସଲ କରିବା ଈଶାନ୍ତଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହି କିର୍ତ୍ତୀମାନ ମଧ୍ୟ ସେ ବାହାର ଦେଶ ପଡ଼ିଆରେ ହାସଲ କରିଛନ୍ତି। ଘରୋଇ ପଡ଼ିଆରେ 78ରନ ଦେଇ 9ଟି ୱିକେଟ ନେଇ ସେ ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details