ଓଡିଶା

odisha

ETV Bharat / sports

ଡେବ୍ୟୁ ମ୍ୟାଚରେ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସର୍ବଶ୍ରେଷ ବୋଲିଂ ପ୍ରଦର୍ଶନ

ଦିନିକିଆ ଡେବ୍ୟୁ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା। ପ୍ରଥମ ମ୍ୟାଚରେ ହିଁ ସେ 54 ରନ୍ ଦେଇ ଗୁରୁତ୍ବପୂର୍ଣ୍ଣ 4ଟି ନେଇଥିଲେ। ଅଧିକ ପଢନ୍ତୁ...

By

Published : Mar 24, 2021, 5:55 PM IST

ଡେବ୍ୟୁ ମ୍ୟାଚରେ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସର୍ବଶ୍ରେଷ ବୋଲିଂ ପ୍ରଦର୍ଶନ
ଡେବ୍ୟୁ ମ୍ୟାଚରେ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ସର୍ବଶ୍ରେଷ ବୋଲିଂ ପ୍ରଦର୍ଶନ

ମୁମ୍ବାଇ:ଦିନିକିଆ ଡେବ୍ୟୁ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣା। ପ୍ରଥମ ମ୍ୟାଚରେ ହିଁ ସେ 8 ଓଭର ବୋଲିଂ କରି 54 ରନ ଦେଇଥିଲେ ସୁଦ୍ଧା ଗୁରୁତ୍ବପୂର୍ଣ୍ଣ 4ଟି ନେଇଥିଲେ। ପ୍ରଥମ ସ୍ପେଲରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଇଂଲଣ୍ଡ ଓପନର ଜେଶନ ରୟ ଓ ଜନି ବେୟାରଷ୍ଟୋ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଧରାଶାୟୀ କରି ଦେଇଥିଲେ।

ତେବେ ଦ୍ବିତୀୟ ସ୍ପେଲରେ ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରୀଷ୍ଣାଙ୍କ ଉପରେ ପୁଣି ଭରସା ଦେଖାଇଥିଲେ ଅଧିନାୟକ ବିରାଟ କୋହଲି। ଏହାପରେ ଜେଶନ ରୟଙ୍କୁ ନିଜର ପ୍ରଥମ ଶିକାର କରିଥିଲେ। ସଙ୍ଗେ ସଙ୍ଗେ ଫର୍ମରେ ଥିବା ବେନ ଷ୍ଟୋକ୍ସଙ୍କୁ ମଧ୍ୟ ସେ ପାଭେଲିୟନକୁ ପଠାଇ ଦେଇଥିଲେ। ଫଳରେ ଗୋଟିଏ ସମୟରେ ପ୍ରଥମ ୱିକେଟ ପାଇଁ 135 ରନ କରି ମ୍ୟାଚ ଡ୍ରାଇଭିଁ ସିଟରେ ବସିଥିବା ଇଂଲଣ୍ଡ ଦଳ ବ୍ୟାକଫୁଟରେ ଦେଖା ଦେଇଥିଲା। ଭାରତ ଏହି ମ୍ୟାଚକୁ 66 ରନରେ ବିଜୟୀ ହେବାରେ ସକ୍ଷମ ହୋଇଛି।

ଏହି ମ୍ୟାଚରେ ପ୍ରସିଦ୍ଧ କ୍ରୀଷ୍ଣା ଜେଶନ ରୟ ଓ ବେନ ଷ୍ଟୋକ୍ସଙ୍କ ଛଡ଼ା ସାମ ବିଲିଙ୍ଗ୍ସ, ଟମ କୁରାନଙ୍କୁ ମଧ୍ୟ ଆଉଟ କରିଥିଲେ। ଏହାସହ ଡେବ୍ୟୁ ମ୍ୟାଚରେ ଭାରତୀୟ ବୋଲରଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରେକର୍ଡ ନିଜ ନାମରେ କରାଇଛନ୍ତି। ପୂର୍ବରୁ ଏହି ରେକର୍ଟ ଫାଷ୍ଟ ବୋଲର ବରୁନ ଆରନଙ୍କ ନାମରେ ରହିଥିଲା। ସେ 2011 ମସିହାରେ ଇଂଲଣ୍ଡ ବିପକ୍ଷରେ 24 ରନ ଦେଇ 3ଟି ୱିକେଟ ନେଇଥିଲେ।

ଏହାକୁ ନେଇ ପ୍ରସିଦ୍ଧ କ୍ରୀଷ୍ଣା କହିଛନ୍ତି ଯେ, "ଏହା ମୋ ପାଇଁ କୌଣସି ରୋଲର କୋଷ୍ଟରରେ ବସିବାଠୁ କମ ନଥିଲା। ଯେତେବେଳ ଯାଏଁ ଏହା ଶେଷ ହୋଇନଥିଲା ସେତେବେଳ ଯାଏ ପ୍ରଚେଷ୍ଟା ଜାରି ରହିଥିଲା। ଏକ ସ୍ପେଶାଲ ମ୍ୟାଚ ପାଇଁ ମୁଁ ଖୁସି।" ବର୍ତ୍ତମାନ 3ଟିକିଆ ଦିନିକିଆ ସିରିଜରେ ଭାରତ 1-0ରେ ଆଗୁଆ ରହିଛି। ଦ୍ବିତୀୟ ମ୍ୟାଚ ମାର୍ଚ୍ଚ 26 ତାରିଖରେ ଖେଳାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details