ଗାନ୍ଧୀନଗର:"ମୋଟେରା ହେବାକୁ ଥିବା ଦିବା ରାତ୍ର ମ୍ୟାଚ ଉପରେ ଆଡିଲେଡ ଦିବାରାତ୍ର ମ୍ୟାଚ ଖରାପ ପ୍ରଦର୍ଶନ କୌଣସି ପ୍ରଭାବ ପକାଇବ ନାହିଁ।" ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଏହା କହିଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତ ଦ୍ବିତୀୟ ଇନିଂଶରେ କେବଳ 36 ରନରେ ଅଲଆଉଟ ହୋଇଯାଇଥିଲା। ଯାହା ଫଳରେ ଅଷ୍ଟ୍ରେଲିଆ ଠାରୁ ମ୍ୟାଚ ହାରିବା ସହ କଡ଼ା ସମାଲୋଚନାର ଶିକାର ହୋଇଥିଲା ଟିମ୍ ଇଣ୍ଡିଆ।
ବିରାଟ କୋହଲି କହିଛନ୍ତି ଯେ, "ଦୁଇଟି ଦମଦାର ଦଳ ଭିତରେ ମ୍ୟାଚ ହେବାକୁ ଯାଉଛି। ଆଡିଲେଡରେ ହେବାକୁ ଥିବା ମ୍ୟାଚର ପ୍ରଭାବ ମୋଟେରା ଟେଷ୍ଟ ମ୍ୟାଚ ଉପରେ ପଡ଼ିବ ନାହିଁ। 2018 ମସିହାରେ ମଧ୍ୟ ଇଂଲଣ୍ଡ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ କେବଳ 58 ରନରେ ଅଲଆଉଟ ହୋଇଥିଲା। କ୍ରିକେଟରେ ଏମିତି ହୁଏ। ଆପଣଙ୍କୁ ସବୁବେଳେ ଲାଗିବ କି ପ୍ରତ୍ୟେକ ନିଷ୍ପତ୍ତି ନିୟନ୍ତ୍ରଣ ବାହାରେ। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟରେ ସେହି 45 ମିନିଟକୁ ଛାଡ଼ି ଦେଲେ ଆମେ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲୁ। କିନ୍ତୁ ବେଳେ ବେଳେ ଆପଣଙ୍କ ଯାହା ଚାହାନ୍ତି ତାହା ହୁଏନାହିଁ। ପୂର୍ବରୁ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳିଥିବାରୁ ଆମେ ଆଶ୍ବସ୍ତ ଅଛୁ।"