ଓଡିଶା

odisha

ETV Bharat / sports

୨୦୨୦ ଅଗଷ୍ଟ ୧୫, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ MSD - କ୍ୟାପଟେନ କୁଲ

୨୦୨୦ ଆଜିର ଦିନରେ ବିଶ୍ବ କପ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ MSD
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ MSD

By

Published : Aug 15, 2021, 2:00 PM IST

ନୂଆଦିଲ୍ଲୀ:ଆଜିର ଦିନ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆଣିଥିଲା ନିରାଶ । କାରଣ ୨୦୨୦ ଆଜିର ଦିନରେ ବିଶ୍ବ କପ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ୨୦୨୦ ଅଗଷ୍ଟ ୧୫ ତାରିଖରେ ଏମଏସ ଧୋନୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଥିଲେ । ଯାହା ଧୋନୀ ପ୍ରଶଂସକଙ୍କୁ ନିରାଶ କରିଥିଲା ।ଧୋନୀଙ୍କ ଦ୍ବାରା ଜାରି ହୋଇଥିବା ଭିଡିଓରେ 'ମେ ପଲ ଦୋ ପଲ କା ସାୟର ହୁ' ଗୀତ ବାଜୁଥିଲା । ଧୋନୀ ତାଙ୍କର କ୍ରିକେଟ ଜଗତର ଅବିଶ୍ବସନୀୟ ଯାତ୍ରା ସେୟାର କରିଥିଲେ । ୨୦୧୯ ବିଶ୍ବକପ ସେମିଫାଇନାଲରେ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଶେଷ ଥର ପାଇଁ ଖେଳିଥିଲେ ଧୋନୀ ।

ଏମଏସଡି ତାଙ୍କ କ୍ୟାରିୟରରେ ୩୫୦ ଦିନିକିଆ ମ୍ୟାଚ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଧୋନୀ ସର୍ବାଧିକ ୧୮୩ ରନ କରିଥିଲେ । ଆଇସିସି ଟ୍ରଫି ( 50-ଓଭର ୱାର୍ଡ କପ, ଟି-୨୦ ବିଶ୍ବ କପ ଓ ଚାମ୍ପିୟନସ ଟ୍ରଫି) ଜିତିବାରେ ଏକମାତ୍ର ଅଧିନାୟକ ଭାବେ ସେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

ଧୋନୀଙ୍କୁ ସମସ୍ତେ କ୍ୟାପଟେନ କୁଲ ଭାବରେ ଜାଣନ୍ତି । ଯେ କୌଣସି ପରିସ୍ଥିତି ହେଉ ନା କାହିଁକି କିପରି ରଣନୀତି କରି ମ୍ୟାଚକୁ ହାତେଇ ହେବ ସେ ବିଦ୍ୟା ତାଙ୍କୁ ହିଁ ଜଣା । ଖାଲି ସେତିକି ନୁହେଁ ବିଶ୍ବରେ ଜଣେ ସର୍ବୋତ୍ତମ ୱିକେଟ କିପର ଭାବରେ ତାଙ୍କର ବେଶ ନାମ ରହିଛି । ଷ୍ଟମ୍ପଆଉଟ କରିବାରେ ଧୂରନ୍ଦର ଥିଲେ ଧୋନୀ । ଷ୍ଟମ୍ପିକ ସମୟରେ ସେ ରିଭ୍ୟୁ ମାଷ୍ଟର ମଧ୍ୟ ଥିଲେ । ସେ ଯାହାକୁ ଷ୍ଟମ୍ପ ଆଉଟ କରୁଥିଲେ ସେ ଆଉଟ ନିଶ୍ଚୟ ବୋଲି ସେ ସର୍ବତା ଦୃଢ ଥିଲେ ।

୨୦୧୪ ଡିସେମ୍ବରରେ ଧୋନୀ ଟେଷ୍ଟରୁ ଅବସର ନେଇଥିଲେ । ତାଙ୍କ କ୍ୟାରିୟରରେ ସେ ୯୦ଟି ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୪,୬୭୬ ରନ କରିଛନ୍ତି । ୨୦୧୭ରେ ଧୋନୀଙ୍କ ବଦଳରେ ବିରାଟ କୋହଲି ଦଳର ନେତୃତ୍ବ ନେଇଥିଲେ । ଧୋନୀଙ୍କ ନେତୃତ୍ବରେ ଟେଷ୍ଟ ରାଙ୍କିକରେ ପ୍ରଥମ ସ୍ଥାନରେ ରହିଥିଲା ଟିମ ଇଣ୍ଡିଆ । ଆଇପିଏଲରେ ସିଏସକେ ଦଳକ କ୍ୟାପଟେନ ଅଛନ୍ତି ଏମଏସଡି । ତାଙ୍କ ନେତୃତ୍ବରେ ସିଏସକେ ୩ଥର ଆଇପିଏଲ ଟ୍ରଫି ହାତେଇଛି ।

@ANI

ABOUT THE AUTHOR

...view details