ଓଡିଶା

odisha

ETV Bharat / sports

Lord's Test: ବୁମରା ଓ ସାମିଙ୍କ ରେକର୍ଡ ପାର୍ଟନରସିପ, ୨୫୯ ରନ୍‌ ଆଗୁଆ ଭାରତ

ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ମଧ୍ୟରେ ନବମ ୱିକେଟ ଯୋଡିରେ ୭୮ ରନର୍‌ ରେକର୍ଡ ପାର୍ଟନରସିପ । ଅଧିକ ପଢନ୍ତୁ...

Lord's Test, Day 5: Shami shines as india lead by 259 at lunch
Lord's Test: ବୁମରା ଓ ସାମିଙ୍କ ରେକର୍ଡ ପାର୍ଟନରସିପ, ୨୫୯ ରନ୍‌ ଆଗୁଆ ଭାରତ

By

Published : Aug 16, 2021, 6:03 PM IST

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ଲର୍ଡ୍ସରେ ଖେଳାଯାଉଛି । ମଙ୍ଗଳବାର ମ୍ୟାଚର ଶେଷ ଦିନ ହୋଇଥିବା ସତ୍ତ୍ବେ ନାଟକୀୟ ମୋଡ ଦେଖିବାକୁ ମିଳିଛି । ଚତୁର୍ଥ ଦିନରେ ଦ୍ବିତୀୟ ଇଂନିସ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଭାରତ ୬ଟି ୱିକେଟ ହରାଇସାରିଥିଲା ।

ଫଳରେ ଶେଷ ଦିନରେ ଶୀଘ୍ର ଅଲଆଉଟ ହେବାର ସମ୍ଭାବନ ରହିଥିଲା । ମାତ୍ର ଦୁଇ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ମହମ୍ମଦ ସାମି ବ୍ୟାଟରେ କମାଲ କରିଛନ୍ତି । ସାମି ଗୁରୁତ୍ବପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିସାରିଥିବାବେଳେ ଉଭୟଙ୍କ ମଧ୍ୟରେ ରେକର୍ଡ ୭୮ ରନର୍‌ ଅର୍ଦ୍ଧଶତକୀୟ ପାର୍ଟନରସିପ ହୋଇସାରିଛି ।

ଲଞ୍ଚ ବ୍ରେକ୍‌ ସୁଦ୍ଧା ଭାରତ ୨୫୯ ରନ୍‌ରେ ଆଗୁଆ ରହିଛି ।

ଏହା ନବମ ୱିକେଟ ଯୋଡିରେ ଭାରତ ପାଇଁ ଇଂଲଣ୍ଡ ମାଟିରେ ସର୍ବାଧିକ ରନ୍‌ର ପାର୍ଟନପସିପ୍‌ । ପୂର୍ବରୁ ଏହି ରେକର୍ଡ କପିଳ ଦେବ ଓ ମଦଲ ଲାଲଙ୍କ ନାମରେ ରହିଥିଲା । ବର୍ଷ ୧୯୮୨ରେ କପିଳ ଦେବ ଓ ମଦଲ ଲାଲଙ୍କ ମଧ୍ୟରେ ୬୬ ରନ୍‌ର ପାର୍ଟନରସିପ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details