ଓଡିଶା

odisha

ETV Bharat / sports

ଦ୍ବିତୀୟ ଟେଷ୍ଟ ହାରିଲେ ଅଧିନାୟକ ପଦ ଛାଡ଼ନ୍ତୁ କୋହଲି: ମଣ୍ଟି ପାନେସର

ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡଠାରୁ ହାରିଲେ ବିରାଟ କୋହଲି ଅଧିନାୟକ ପଦରୁ ସ୍ବଇଚ୍ଛାରେ ଓହରି ଯିବା ଦରକାର। ଏଭଳି ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର। ଅଧିକ ପଢ଼ନ୍ତୁ...

By

Published : Feb 10, 2021, 9:19 PM IST

kohli should step down as captain if lose against england in second test match says monty panesar
ଦ୍ବିତୀୟ ଟେଷ୍ଟ ହାରିଲେ ଅଧିନାୟକ ପଦ ଛାଡ଼ନ୍ତୁ କୋହଲି: ମଣ୍ଟି ପାନେସର

ଲଣ୍ଡନ: ପିତୃତ୍ୱକାଳୀନ ଛୁଟି ପରେ କ୍ରିକେଟକୁ ପୁଣି ଫେରିଛନ୍ତି ବିରାଟ କୋହଲି । ତେବେ କୋହଲି କ୍ରିକେଟକୁ ଫେରିବା ପରେ ପ୍ରଥମ ମ୍ୟାଚରେ ହିଁ ଭାରତ ଇଂଲଣ୍ଡଠାରୁ 227 ରନରେ ପରାସ୍ତ ହୋଇଛି । ଏହାପରେ କୋହଲିଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଥିଲା। ବର୍ତ୍ତମାନ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ମଧ୍ୟ ବିରାଟ କୋହଲିଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ କରିବାରେ ଲାଗିଛନ୍ତି। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡଠାରୁ ହାରିଲେ ବିରାଟ କୋହଲି ଅଧିନାୟକ ପଦରୁ ସ୍ବଇଚ୍ଛାରେ ଓହରି ଯିବା କଥା ବୋଲି ସେ କହିଛନ୍ତି ।

ଏକ ସାକ୍ଷାତକାରରେ ମଣ୍ଟି ପାନେସର କହିଛନ୍ତି ଯେ, "ବିରାଟ କୋହଲି ଜଣେ ମହାନ କ୍ରିକେଟର, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ବର୍ତ୍ତମାନ ତାଙ୍କ ସମୟ ଠିକ ଚାଲି ନାହିଁ। ତାଙ୍କ ବ୍ୟାଟରୁ ସେତେଟା ରନ ମଧ୍ୟ ବାହାରୁ ନାହିଁ। ବିରାଟ କୋହଲିଙ୍କ ନେତୃତ୍ବରେ ଖେଳା ଯାଇଥିବା ଶେଷ 4ଟି ଟେଷ୍ଟ ମ୍ୟାଚରେ ଭାରତ ସେତେଟା ଭଲ ପ୍ରଦର୍ଶନ କରି ପାରିନାହିଁ। ବର୍ତ୍ତମାନ ତାଙ୍କ ଉପରେ ଭଲ ପ୍ରଦର୍ଶନ କରିବା ନେଇ ଚାପ ରହିଥିବ। କାରଣ ଅଷ୍ଟ୍ରେଲିଆ ବିପକ୍ଷରେ ରାହାଣେ ଭଲ ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିରୋଧରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଭାରତ ହାରିଲେ, କୋହଲିଙ୍କ ନେତୃତ୍ବରେ ଭାରତ ଲଗାତାର 5ଟି ଟେଷ୍ଟ ମ୍ୟାଚ ହାରିବ। ଏହାପରେ ସ୍ବଇଚ୍ଛାରେ ଅଧିନାୟକ ପଦ ଛାଡ଼ି ଦେବା ଉଚିତ୍।"

ବର୍ତ୍ତମାନ କୋହଲିଙ୍କ ନେତୃତ୍ବରେ ଲଗାତାର 4ଟି ଟେଷ୍ଟ ମ୍ୟାଚରେ ପରାଜିତ ହୋଇଛି ଭାରତ। ଏହି ଚାରିଟି ମ୍ୟାଚ ପୂର୍ବରୁ କୋହଲିଙ୍କ ନେତୃତ୍ବରେ ଲଗାତାର 7ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଥିଲା ଭାରତ। କୌଣସି ଭାରତୀୟ ଅଧିନାୟକଙ୍କ ନାମରେ ଏଭଳି ରେକର୍ଡ ନାହିଁ।

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାଜିତ ହୋଇଥିଲା। ଏଥିରେ ମଧ୍ୟ କୋହଲିଙ୍କ ପ୍ରଦର୍ଶନ ସେତେଟା ଭଲ ନଥିଲା। ଏହାଛଡ଼ା ବର୍ତ୍ତମାନ କୋହଲିଙ୍କ ବ୍ୟାଟରୁ ରନ ବାହାରିବା କଷ୍ଟକର ହୋଇ ପଡ଼ିଛି । ଗତବର୍ଷ ସେ ଗୋଟିଏ ବି ଶତକ ହାସଲ କରି ପାରିନଥିଲେ। ଫେବ୍ରୁଆରୀ 13 ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details