ଓଡିଶା

odisha

ETV Bharat / sports

ପ୍ରଥମ ଟେଷ୍ଟରେ ବୋଲିଂକୁ ନେଇ କୋହଲି ନିରାଶ - ଭାରତ ଭର୍ସେସ ଇଲଂଣ୍ଡ ଟେଷ୍ଟ ସିରିଜ

ଭାରତୀୟ ବୋଲିଂ ଗୁଣବତ୍ତା ନେଇ ନିରାଶ ଅଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି। ବିଶେଷ କରି ସ୍ପିନ ବୋଲର ଶାହବାଜ ନଦୀମ ଓ ୱାଶିଂଟନ ସୁନ୍ଦରଙ୍କ ବୋଲିଂକୁ ନେଇ ନିରାଶା ଜାହିର କରିଛନ୍ତି କୋହଲି। ଅଧିକ ପଢ଼ନ୍ତୁ...

kohli is upset with bowling performance by players in first test against england
ପ୍ରଥମ ଟେଷ୍ଟରେ ବୋଲିଂକୁ ନେଇ କୋହଲି ନିରାଶ

By

Published : Feb 9, 2021, 8:54 PM IST

ଚେନ୍ନାଇ: ଭାରତୀୟ ବୋଲିଂ ଗୁଣବତ୍ତା ନେଇ ନିରାଶ ଅଛନ୍ତି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି। ବିଶେଷ କରି ସ୍ପିନ ବୋଲର ଶାହବାଜ ନଦୀମ ଓ ୱାଶିଂଟନ ସୁନ୍ଦରଙ୍କ ବୋଲିଂକୁ ନେଇ ନିରାଶା ଜାହିର କରିଛନ୍ତି କୋହଲି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ଦଳ 227 ରନରେ ପରାସ୍ତ ହୋଇଛି। ଫଳରେ ଦଳ 4ଟିକିଆ ଟେଷ୍ଟ ସିରିଜରେ ଇଂଲଣ୍ଡ ଦଳ 1-0ରେ ଆଗୁଆ ରହିଛି।

ମ୍ୟାଚ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, "ଏଠାରେ ପିଚ ସପାଟ ଓ ଧିମା ଥିଲା। ସତ କଥା କହିବାକୁ ଗଲେ ଆମ ବୋଲିଂ ଏତେଟା ପ୍ରଭାବଶାଳୀ ନଥିଲା। ଫଳରେ ଆମକୁ ମ୍ୟାଚରେ ବୋଲିଂରୁ କୌଣସି ଫାଇଦା ହୋଇନଥିଲା। ଏମିତି ପୂର୍ବରୁ ବି ହୋଇ ସାରିଛି। ଟେଷ୍ଟ କ୍ରିକେଟରେ 60 ଓଭର ପରେ ବଲ ଖରାପ ହେବା ଆରମ୍ଭ ହେବା କୌଣସି ଟିମ ପାଇଁ ଭଲ ସଙ୍କେତ ନୁହେଁ। କୌଣସି ଦଳ ଏଭଳି ହେଉ ବୋଲି ଚାହିଁବନି। ପ୍ରଥମ ଦୁଇ ଦିନରେ ହିଁ ଆମ ସହ ଏମିତି ହୋଇଥିଲା। କିନ୍ତୁ ଆମେ କୌଣସି ବାହାନା ଦେବାକୁ ଚାହିଁବୁନି। ଇଂଲଣ୍ଡ ଦଳ ଭଲ ପ୍ରଦର୍ଶନ କରିଥିଲା ଓ ବିଜୟ ହେବା ହକଦାର ଥିଲା।"

ଏହାପୂର୍ବରୁ ସୋମବାର ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ବୀନ ମଧ୍ୟ ବୋଲିଂକୁ ନେଇ ଖୁସି ନଥିଲେ। କୋହଲି କହିଛନ୍ତି ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରାହ ଓ ଆର ଅଶ୍ବୀନ ଭଲ ବୋଲିଂ କରିଥିଲେ। ସେହି ସମୟରେ ନଦୀମ ଓ ସୁନ୍ଦର ଅଧିକ ରନ ଖର୍ଚ୍ଚ କରିଥିଲେ।

ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଲଂଣ୍ଡ ଦଳ। ଅଧିନାୟକ ଜୋର ରୁଟଙ୍କ 218 ରନ ଇନିଂଶ ବଳରେ ଦଳ 578 ରନ କରିଥିଲା। ମ୍ୟାଚ ଜିତିବାକୁ ଭାରତକୁ 420 ରନର ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ ଦଳ। କିନ୍ତୁ ଭାରତୀୟ ଦଳ କେବଳ 192ରନ କରି ଅଲଆଉଟ ହୋଇ ଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details