ଗାନ୍ଧୀନଗର: କ୍ୟାରିୟରର 100ତମ ଟେଷ୍ଟ ଖେଳିଲେ ଭାରତୀୟ ଫାଷ୍ଟ ବୋଲର ଈଶାନ୍ତ ଶର୍ମା। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ସେ ଏହି ରେକର୍ଡ ହାସଲ କରିଛନ୍ତି। ଏଭଳି କିର୍ତ୍ତୀମାନ ହାସଲ କରିବାରେ ଈଶାନ୍ତ ଶର୍ମା ଦ୍ବିତୀୟ ଭାରତୀୟ ଫାଷ୍ଟ ବୋଲର । ଏହାପୂର୍ବରୁ କ୍ରିକେଟ କିମ୍ବଦନ୍ତୀ କପିଲ ଦେବ ହିଁ ଏହି ରେକର୍ଡ ହାସଲ କରିଛନ୍ତି।
ନିଜର 100ତମ ଟେଷ୍ଟରେ ଇଂଲଣ୍ଡ ପ୍ରଥମ ୱିକେଟ ମଧ୍ୟ ନେଇଛନ୍ତି ଈଶାନ୍ତ ଶର୍ମା । ପ୍ରଥମ ସେସନ ପରେ ଇଂଲଣ୍ଡ ଦଳର ଅଧାରୁ ଅଧିକ ବ୍ୟାଟସମ୍ୟାନଙ୍କୁ ପାଭେଲିୟନ ପଠାଇଛନ୍ତି ଭାରତୀୟ ବୋଲର।
2007 ମସିହାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଈଶାନ୍ତ ଶର୍ମା। ବର୍ତ୍ତମାନ ସୁଦ୍ଧା ସେ 99ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ସେଥିମଧ୍ୟରେ 32.22 ହାରରେ 302ଟି ୱିକେଟ ନେଇଛନ୍ତି । ଘରୋଇ ପଡ଼ିଆରେ ଈଶାନ୍ତ ଶର୍ମା 39ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ବାହାର ଦେଶରେ 60 ଟେଷ୍ଟ ଖେଳିଛନ୍ତି। ଘରୋଇ ପଡି଼ଆରେ ସେ 104ଟି ୱିକେଟ ନେଇଥିବା ବେଳେ ବାହାର ଦେଶରେ 199ଟି ୱିକେଟ ନେଇଛନ୍ତି।