ଓଡିଶା

odisha

ETV Bharat / sports

ଈଶାନ୍ତଙ୍କ 100ତମ ଟେଷ୍ଟ, ଛୁଟୁଛି ଶୁଭେଚ୍ଛାର ସୁଅ - ଈଶାନ୍ତ ଶର୍ମାଙ୍କୁ ଶୁଭେଚ୍ଛା

ଭାରତୀୟ ଫାଷ୍ଟ ବୋଲର ଈଶାନ୍ତ ଶର୍ମାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ନିଜ ଟେଷ୍ଟ କ୍ୟାରିୟରର 100ତମ ମ୍ୟାଚ ଖେଳୁଛନ୍ତି ଏହି ଫାଷ୍ଟ ବୋଲର। ଅଧିକ ପଢ଼ନ୍ତୁ...

ishant sharma got many good wishes for his 100th test match
ଈଶାନ୍ତଙ୍କ 100ତମ ଟେଷ୍ଟ, ଛୁଟୁଛି ଶୁଭେଚ୍ଛାର ସୁଅ

By

Published : Feb 24, 2021, 8:47 PM IST

ନୂଆଦିଲ୍ଲୀ:ଭାରତୀୟ ଫାଷ୍ଟ ବୋଲର ଈଶାନ୍ତ ଶର୍ମାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ନିଜ ଟେଷ୍ଟ କ୍ୟାରିୟରର 100ତମ ମ୍ୟାଚ ଖେଳୁଛନ୍ତି ଏହି ଫାଷ୍ଟ ବୋଲର। ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହାପୂର୍ବରୁ କେବଳ ଫାଷ୍ଟ ବୋଲର ଭାବରେ କପିଲ ଦେବ 100ଟି ମ୍ୟାଚ ଖେଳିଛନ୍ତି।

ବର୍ତ୍ତମାନ ଭାରତର ଅଭିଜ୍ଞ ଟେଷ୍ଟ ବୋଲର ହେଉଛନ୍ତି ଈଶାନ୍ତ ଶର୍ମା। ଏଭଳି ଏକ ରେକର୍ଡର ହକଦାର ହେବାପରେ ତାଙ୍କୁ ବହୁ ପୂର୍ବତନ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ଏହି ତାଲିକାରେ ଆଇସିସିଠାରୁ ଆରମ୍ଭ ବିରେନ୍ଦର ସେହେୱାଗ, ସଚିନ ତେନ୍ଦୁଲକର ଭଳି କ୍ରିକେଟର ସାମିଲ ରହିଛନ୍ତି।

ଈଶାନ୍ତ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇ ପୂର୍ବତନ ଭାରୀତୟ ଓପନର ବିରେନ୍ଦର ସେହେୱାଗ କହିଛନ୍ତି ଯେ, "ଈଶାନ୍ତ ଶର୍ମାଙ୍କ ଏହା ଏକ ମହାନ ଯାତ୍ରା। 100 ଟେଷ୍ଟ ମ୍ୟାଚ ଖେଳିବାରେ ସେ ଚତୁର୍ଥ ଭାରତୀୟ ବୋଲର। ଏହାସହ ଜଣେ ଫାଷ୍ଟ ବୋଲର ଭାବରେ ଏଭଳି ଉପଲବ୍ଧି ହାସଲ କରିବାରେ ସେ ଦ୍ବିତୀୟ। ତାଙ୍କର 100 ଟେଷ୍ଟ ମ୍ୟାଚର ଯାତ୍ରା ତାଙ୍କ କୀର୍ତ୍ତିମାନ ବିଷୟରେ ବଖାଣୁଛି। ୱେଲଡନ ଲମ୍ବୁ।"

ଏହାପରେ ଅକ୍ସର ପଟେଲ ଟ୍ବିଟ ଈଶାନ୍ତ ଶର୍ମାଙ୍କୁ ଟ୍ବିଟ କରି ଲେଖିଛନ୍ତି ଯେ, "ଈଶାନ୍ତ ଭାଇଙ୍କ 100 ତମ ଟେଷ୍ଟ ମ୍ୟାଚ ପାଇଁ ତାଙ୍କୁ ଶୁଭେଚ୍ଛା। ଏହି ରେକର୍ଡର ହାସଲ କରିବାକୁ ଜଣେ ଯୋଗ୍ୟ କ୍ରିକେଟର।"

ଏହାପରେ ଆଇସିସି ମଧ୍ୟ ବିରାଟ ଈଶାନ୍ତ ଶର୍ମାଙ୍କ ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛି ଯେ, "ଈଶାନ୍ତ ଶର୍ମାଙ୍କ 100ତମ ଟେଷ୍ଟ ପାଇଁ ତାଙ୍କୁ ଶୁଭେଚ୍ଛା। ଏହି କିର୍ତ୍ତୀମାନ ହାସଲ କରିବାରେ ସେ ଚତୁର୍ଥ ବୋଲର"

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଟ୍ବିଟ କରିଛନ୍ତି ଯେ, "ଈଶାନ୍ତ ଶର୍ମାଙ୍କ ପାଇଁ ଏହା ଏକ ମାଇଲଷ୍ଟୋନ। ତୁମ 100ତମ ଟେଷ୍ଟ ମ୍ୟାଚ ପାଇଁ ତୁମକୁ ଶୁଭେଚ୍ଛା ଓ ଅଭିନନ୍ଦନ। ମୋଟେରା ଷ୍ଟାଡିୟମର ପିଙ୍କବଲ ଟେଷ୍ଟ ନିଶ୍ଚିତ ଭାବରେ ଏକ ସ୍ମୃତି ଛାଡ଼ିଯିବ।"

ଏହାପରେ ପୂର୍ବତନ ଟେଷ୍ଟ ବ୍ୟାଟସମ୍ୟାନ ୱାସିମ ଜାଫର ଲେଖିଛନ୍ତି ଯେ, "ଈଶାନ୍ତ ଶର୍ମାଙ୍କୁ ଶୁଭେଚ୍ଛା। ତୁମ 100ତମ ଟେଷ୍ଟ ପାଇଁ ଏକ ଭଲ ଷ୍ଟାଡିମୟ ପାଇଛ। ଏହି କୀର୍ତ୍ତିମାନ ହାସଲ କରିବାରେ କେବଳ ଦ୍ବିତୀୟ ଫାଷ୍ଟ ବୋଲର।"

ଏହାପରେ ଶିଖର ଧୱନ ଟ୍ବିଟ କରିଛନ୍ତି ଯେ, "ଈଶାନ୍ତ ଶର୍ମାଙ୍କୁ ଶୁଭେଚ୍ଛା ଜଣେ ଜବରଦସ୍ତ ଖେଳାଳିଙ୍କ ପାଇଁ ଜବରଦସ୍ତ ରେକର୍ଡ। ଏହାର ଶ୍ରେୟ କେବଳ ତାଙ୍କ କଠିନ ପରିଶ୍ରମର।"

ଏହାପରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କହିଛନ୍ତି ଯେ, "କ୍ୟାରିଅରର 100ତମ ଟେଷ୍ଟ ଖେଳିବା ଯେକୌଣସି କ୍ରିକେଟର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମୂହୁର୍ତ୍ତ। ବିଶେଷ କରି ଜଣେ ଫାଷ୍ଟ ବୋଲରଙ୍କ ପାଇଁ ଏହା ଅତି ଗୁରୁତ୍ବପୂର୍ଣ୍ଣ। ମୁଁ ତୁମକୁ ଅଣ୍ଡର 19 ଖେଳିବା ଦିନକୁଠାରୁ ଦେଖୁଛି। ଏହାସହ ତୁମ ଡବ୍ୟୁ ଟେଷ୍ଟ ମ୍ୟାଚରେ ମଧ୍ୟ ତୁମ ସାଥିରେ ଥିଲି। ତୁମ ପାଇଁ ଗର୍ବିତ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details