ଓଡିଶା

odisha

ETV Bharat / sports

ଆଜିଠୁ ଦ୍ବିତୀୟ ଟେଷ୍ଟ, ବ୍ୟାଟିଂ ଉପରେ ଧ୍ୟାନ ଦେବ ଭାରତ - test match

ଆଜିଠୁ(ଗୁରୁବାର) ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ଟେଷ୍ଟ । ଐତିହାସିତ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ଆଜିଠୁ ଦ୍ବିତୀୟ ଟେଷ୍ଟ
ଆଜିଠୁ ଦ୍ବିତୀୟ ଟେଷ୍ଟ

By

Published : Aug 12, 2021, 11:39 AM IST

ଲଣ୍ଡନ: ଆଜିଠୁ(ଗୁରୁବାର) ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ଟେଷ୍ଟ ମ୍ୟାଚ । ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଭାରତ ତାର ବ୍ୟାଟିଂ ତ୍ରୁଟିକୁ ସୁଧାରି ଟେଷ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଇଲଂଣ୍ଡ ବି ତାର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଯୋଜନା କରୁଛି ।

୨୦୧୮ରେ ଇଲଂଣ୍ଡ ଦମଦାର ପ୍ରଦର୍ଶନ ପାଇଁ ଭାରତ ପରାସ୍ତ ହୋଇଥିଲା । ଆଣ୍ଡରସନଙ୍କ ଘାତକ ବୋଲିଂର ମୁକାବିଲା କରିବାରେ ଭାରତୀୟ ଦଳ ବିଫଳ ହୋଇଥିଲା । ଏଥର ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଏଥିପାଇଁ ଭାରତକୁ ବ୍ୟାଟିଂ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡିବ । ପ୍ରଥମ ଟେଷ୍ଟରେ ଭାରତ ପାଇଁ ବିଜୟ ସୁଯୋଗ ସୃଷ୍ଟି ହୋଇଥିଲେ ବି ବର୍ଷା ବାଧା ସୃଷ୍ଟି କରିଥିଲା । ମାତ୍ର ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଚିନ୍ତାର କାରଣ ହୋଇଥିଲା ।

ଆଜି ଟେଷ୍ଟରେ ଏପରି ସମସ୍ୟା ନ ଉପୁଜିବା ଦରକାର । ଲର୍ଡ୍ସ ଗ୍ରାଉଣ୍ଡରେ ବ୍ୟାଟ୍ସମ୍ୟାନଙ୍କୁ ସଫଳ ହେବା ନିହାତି ଜରୁରୀ । ନଟିଂହାମରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବେଶ ଭଲ ରହିଥିଲା । ଜସପ୍ରୀତ ବୁମରାଙ୍କ କମବ୍ୟାକ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା । ଏହା ସହିତ ଅନ୍ୟ ପେସ ବୋଲରମାନେ ମଧ୍ୟ ଦାୟିତ୍ବପୂର୍ଣ୍ଣ ପ୍ରଦର୍ଶନ କରିଥିଲେ ।

ଆଜିର ମ୍ୟାଚରେ ଇଲଂଣ୍ଡ ଦଳରେ ପରିବର୍ତ୍ତନର ଆଶା କରାଯାଉଛି । ଦଳର ଦୁଇ ପ୍ରମୁଖ ବୋଲର ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ ମାର୍କ ଉଡ, କ୍ରେଗ ଓଭରଟନ ଓ ସକିବ ମହମ୍ମଦ ସ୍ଥାନ ପାଇପାରନ୍ତି । ମୋଇନ ଅଲ୍ଲୀ ଖେଳିବା ସୁନିଶ୍ଚିତ । ଭାରତ ମଧ୍ୟ ଦଲରେ ପରିବର୍ତ୍ତନ କରିପାରେ । ପିଚ ପେସ ବୋଲରଙ୍କ ପାଇଁ ବେଶ ସହାୟକ ହେବ । ଜଳବାୟୁ ଅନୁଯାୟୀ ବ୍ୟାଟିଂ ପାଇଁ ମଧ୍ୟ ପିଚ ଭଲ । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଭୟ ଦଳ ପ୍ରୟାସ ଜାରି ରଖିବେ । ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବ ମ୍ୟାଚ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details