ଓଡିଶା

odisha

ETV Bharat / sports

ସିରିଜ କବଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ - ଭାରତ ଭର୍ସେସ ଇଂଲଣ୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବା ଚତୁର୍ଥ ବା ଶେଷ ଟେଷ୍ଟ ମ୍ୟାଚ। ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ବିଜୟ ହାସଲ କରି ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ ଭାରତ। ଅଧିକ ପଢ଼ନ୍ତୁ...

ସିରିଜ କବଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
ସିରିଜ କବଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

By

Published : Mar 3, 2021, 7:47 PM IST

ଗାନ୍ଧୀନଗର:ଆସନ୍ତାକାଲି(ଗୁରୁବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବା ଚତୁର୍ଥ ବା ଶେଷ ଟେଷ୍ଟ ମ୍ୟାଚ। ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ବିଜୟ ହାସଲ କରି ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବ ଭାରତ। ଭାରତ ଓ ଇଂଲଣ୍ଡ ମଧ୍ୟ ଚାଲିଥିବା 4ଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ଘରୋଇ ଦଳ 2-1ରେ ଆଗୁଆ ରହିଛି।

ଇଂଲଣ୍ଡ ସହ ଏହି ମ୍ୟାଚ ଡ୍ର' ହେଲେ ମଧ୍ୟ ଭାରତ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପହଞ୍ଚିବ। ଏହାସହ ସିରିଜ ବିଜୟୀ ମଧ୍ୟ ହେବ। ଜୁନ ମାସରେ ଇଂଲଣ୍ଡରେ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳାଯିବ। ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ସ୍ଥାନ ପକ୍କା କରି ସାରିଛି।

ବିରାଟ କୋହଲିଙ୍କ ଅଧିନାୟିକତ୍ବରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ବିଜୟ ଉପରେ ହିଁ ନଜର ରଖିବ। ସେପଟେ ଇଂଲଣ୍ଡ ଦଳ ମଧ୍ୟ ଶେଷ ମ୍ୟାଚ ଜିତି ସିରିଜ ବରାବର କରିବାକୁ କରିବାକୁ ଚେଷ୍ଟା କରିବ। ଅତୀତରେ ଭାରତୀୟ ଦଳ ଚାପରେ ଭଲ ପ୍ରଦର୍ଶନ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଏହା ପ୍ରମାଣିତ ହୋଇଛି।

ଦ୍ବିତୀୟ ଓ ତୃତୀୟ ମ୍ୟାଚ ଭଳି ଚତୁର୍ଥ ମ୍ୟାଚର ପିଚ ମିଳିବା ନେଇ ଆଶାବାଦୀ ରହିଛନ୍ତି ଭାରତୀୟ ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ। ତେବେ ଚତୁର୍ଥ ଟେଷ୍ଟ ଯଦି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଭଲ ପ୍ରଦର୍ଶନ କରିବାରେ ସଫଳ ହେଲା ତେବେ ଭାରତ ପାଇଁ ସମସ୍ୟା ଦେଖା ଦେଇପାରେ। କାରଣ ଟର୍ନିଂ ପିଚରେ ଭାରତକୁ ଚତୁର୍ଥ ଇନିଂଶ ଖେଳିବାକୁ ପଡ଼ିବ।

ବହୁ ପୂର୍ବତନ ଖେଳାଳି ଓ କ୍ରିକେଟ ସମୀକ୍ଷକ ଏହି ସିରିଜରେ ପିଚକୁ ନେଇ ଭିନ୍ନ ମତ ଦେଇଛନ୍ତି। କେତେକ ଟର୍ନିଂ ପିଚକୁ ସମର୍ଥନ କରିଥିବା ବେଳେ କେତେକ ନାପସନ୍ଦ କରିଛନ୍ତି। ତୃତୀୟ ଟେଷ୍ଟ ମ୍ୟାଚ ପରେ ଉଭୟ ଭାରତ ଓ ଇଂଲଣ୍ଡ ଦଳ ଅଧିନାୟକ ମାନିଥିଲେ ଯେ, ଏଭଳି ପିଚରେ ଟେଷ୍ଟ ବ୍ୟାଟିଂ କରିବା ସହଜ ଥିଲା। କିନ୍ତୁ ଟେକ୍ନିକ ଅଭାବରୁ ଦୁଇ ଦଳର ବ୍ୟାଟିଂ ବିଫଳ ହୋଇଥିଲା। ଅନ୍ୟ ପକ୍ଷରେ ଉଭୟ ଦଳର ବୋଲର ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ।

ଚତୁର୍ଥ ଟେଷ୍ଟ ମ୍ୟାଚରେ ଦୁଇ ଦଳ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ। ଭାରତ ମ୍ୟାଚରେ ବିଜୟ କିମ୍ବା ଡ୍ର' କରି ସିରିଜ ହାତେଇବାକୁ ଚାହିଁବ। ସେପଟେ ଭ୍ରମଣକାରୀ ଦଳ ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚାହିଁବ।

ଭାରତୀୟ ସାମ୍ଭାବ୍ୟ ଦଳ

ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଓ ଉମେଶ ଯାଦବ

ଇଂଲଣ୍ଡ ସାମ୍ଭାବ୍ୟ ଦଳ

ଡୋମିନିକ ସିବିଲ, ଜ୍ୟାକ କ୍ରାୱଲି, ଜନି ବେୟାରଷ୍ଟୋ, ଜୋ' ରୁଟ(ଅଧିନାୟକ), ବେନ ଷ୍ଟୋକ୍ସ, ଓଲି ପୋପ, ବେନ ଫୋକ୍ସ, ଡାମ ବେସ୍, ଜ୍ୟାକ ଲିଚ, ଜୋଫ୍ରା ଆର୍ଚର ଓ ଜେମସ ଆଣ୍ଡରସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details