ଓଡିଶା

odisha

ETV Bharat / sports

ପ୍ରଥମ ଦିନ ଖେଳ ଶେଷ: ଇଂଲଣ୍ଡ 112ରେ ଅଲଆଉଟ, ଭାରତ 99/3 - India vs England first day

ତୃତୀୟ ଟେଷ୍ଟ ମ୍ୟାଚରେ ଭାରତ ଆଖି ଦୃଶିଆ ପ୍ରଦର୍ଶନ କରିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ 3 ୱିକେଟ ହରାଇ 99 ରନ କରିଛି । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦଳ । ଅଧିକ ପଢ଼ନ୍ତୁ...

ପ୍ରଥମ ଦିନ ଖେଳ ଶେଷ, ଇଂଲଣ୍ଡ 112ରେ ଅଲଆଉଟ, ଭାରତ 99/3
ପ୍ରଥମ ଦିନ ଖେଳ ଶେଷ, ଇଂଲଣ୍ଡ 112ରେ ଅଲଆଉଟ, ଭାରତ 99/3

By

Published : Feb 24, 2021, 10:45 PM IST

ଗାନ୍ଧୀନଗର:ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଭାରତ ଆଖି ଦୃଶିଆ ପ୍ରଦର୍ଶନ କରିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ 3 ୱିକେଟ ହରାଇ 99 ରନ କରିଛି । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଦଳ । ତେବେ ଇଂଲଣ୍ଡ ଓପନର ଦଳକୁ ଏକ ଆରମ୍ଭ ଦେବାରେ ବିଫଳ ହୋଇଛନ୍ତି । ସେପଟେ ଭାରତୀୟ ବୋଲରମାନେ ଆକ୍ରମକ ପ୍ରଦର୍ଶନ କରି ଇଂଲଣ୍ଡ ବ୍ୟାଟିଂ ଲାଇନକୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି । ପ୍ରଥମ ଇନିଂଶରେ ଦଳ ମାତ୍ର 112 ରନ କରି ଅଲ ଆଉଟ ହୋଇଥିଲା ।

ଇଂଲଣ୍ଡ ଦଳୀୟ ସ୍କୋର ମାତ୍ର ଦୁଇ ରନ ଥିବାବେଳେ ନିଜର 100ତମ ଟେଷ୍ଟ ଖେଳୁଥିବା ଇଶାନ୍ତ ଶର୍ମା ଡୋମିନିକ ସିବଲୀଙ୍କୁ ଶୂନରନରେ ଆଉଟ କରିଥିଲେ । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଜନି ବେୟାରଷ୍ଟୋ ସେ ମଧ୍ୟ ଖାତା ଖୋଲିବା ପୂର୍ବରୁ ଅକ୍ସର ପଟେଲଙ୍କ ଶିକାର ହୋଇଥିଲେ । ରୁଟ କେବଳ 17 ରନ କରି ଅଶ୍ବିନଙ୍କ ବଲରେ ଆଉଟ ହୋଇଥିଲେ । ଏହିଭଳି ଭାବରେ ଇଂଲଣ୍ଡର କୌଣସି ବ୍ୟାଟସମ୍ୟାନ ଭାରତୀୟ ସ୍ପିନ ବୋଲିଂ ଆକ୍ରମଣକୁ ବୁଝି ପାରିନଥିଲେ ।

ଇଂଲଣ୍ଡ ପକ୍ଷରୁ ଓପନର ଜାକ କ୍ରୱଲୀ କିଛି ସମୟ ଆକ୍ରମକ ଖେଳ ଦେଖାଇ 53 ରନ କରିଥିଲେ । ସେ ମଧ୍ୟ ଅକ୍ସର ପଟେଲଙ୍କ ଶିକାର ହୋଇଥିଲେ। ଅକ୍ସର ପଟେଲ 6ଟି ଓ ରବିଚନ୍ଦ୍ରନ ଅଶ୍ବିନ 3ଟି ୱିକେଟ ନେଇଛନ୍ତି । ସେପଟେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଗୋଟିଏ ୱିକେଟ ନେଇଛନ୍ତି।

ଭାରତୀୟ ବୋଲିଂ ଆକ୍ରମଣ ସମ୍ମୁଖରେ କୌଣସି ଇଂଲଣ୍ଡ ବ୍ୟାଟସମ୍ୟାନ ପଡ଼ିଆରେ ସମୟ ବିତାଇ ପାରିନଥିଲେ । ସେପଟେ ଭାରତୀୟ ଓପନର ମଧ୍ୟ ଭାରତକୁ ଭଲ ଆରମ୍ଭ ଦେବାରେ ବିଫଳ ରହିଛନ୍ତି । ଦଳୀୟ ସ୍କୋର 33 ଥିବା ବେଳେ ଓପନର ଶୁଭମନ ଗିଲ ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଚେତେଶ୍ବର ପୂଜାରା ଏବେ ମଧ୍ୟ ନିଜ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା ଜଣାପଡ଼ିଛି ସେ ମାତ୍ର 4 ରନ କରି ଡକଆଉଟ ହୋଇଛନ୍ତି । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମିଶି କିଛି ସମୟ ପଡ଼ିଆରେ ବିତାଇଥିଲେ। ତେବେ ପ୍ରଥମ ଦିନ ଶେଷ ବେଳକୁ ଅଧିନାୟକ ବିରାଟ କୋହଲି ଇଂଲିଶ ସ୍ପିନର ଜାକ ଲିଚଙ୍କ ଶିକାର ହୋଇଛନ୍ତି। ବର୍ତ୍ତମାନ ରୋହିତ ଶର୍ମା 57 ରନ କରି ପଡ଼ିଆରେ ଥିବାବେଳେ ଆଜିଙ୍କ୍ୟ ରାହାଣେ 1 ରନ କରି ବ୍ୟାଟିଂ କରୁଛନ୍ତି।

ଇଂଲଣ୍ଡ ପକ୍ଷରୁ ସ୍ପିନର ଜାକ ଲିଚ ସର୍ବାଧିକ 2ଟି ୱିକେଟ ନେଇଛନ୍ତି । ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ଗୋଟିଏ ୱିକେଟ ନେଇଛନ୍ତି। ପିଚରେ ବଲ ଟର୍ନ ହେଉଛି ଦ୍ବିତୀୟ ଦିନରେ ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଉପରେ ସଭିଁଙ୍କ ନଜର ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details