ଓଡିଶା

odisha

ଦ୍ବିତୀୟ ଟି-20 ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ !

By

Published : Mar 14, 2021, 4:42 PM IST

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ସିରିଜର ଦ୍ବିତୀୟ ଟି-20 ମ୍ୟାଚ। ପ୍ରଥମ ଟି-20ରେ ଭାରତକୁ 8 ୱିକେଟରେ ମାତ୍ ଦେଇଥିଲା ଇଂଲଣ୍ଡ ଦଳ। ଅଧିକ ପଢ଼ନ୍ତୁ...

ଦ୍ବିତୀୟ ଟି-20 ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ !
ଦ୍ବିତୀୟ ଟି-20 ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ !

ଗାନ୍ଧୀନଗର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ସିରିଜର ଦ୍ବିତୀୟ ଟି-20 ମ୍ୟାଚ। ପ୍ରଥମ ଟି-20ରେ ଭାରତକୁ 8 ୱିକେଟରେ ମାତ୍ ଦେଇଥିଲା ଇଂଲଣ୍ଡ ଦଳ। ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇ ସିରିଜରେ ଇଂଲଣ୍ଡ ସହ ବରାବର କରିବାକୁ ଚାହିଁବ ଟିମ ଇଣ୍ଡିଆ। ସେପଟେ ଇଂଲଣ୍ଡ ଦଳ ମଧ୍ୟ ଏହି ମ୍ୟାଚରେ ବିଜୟୀ ହୋଇ ସିରିଜରେ 2-0ରେ ଆଗୁଆ ରହିବାକୁ ଚାହିଁବ।

ପ୍ରଥମ ଟି-20ରେ ବିରାଟ ବାହିନୀର ରଣନୀତି ବିଫଳ ରହିଥିଲା। ମ୍ୟାଚ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଦଳ ବଡ଼ ସ୍କୋର କରି ପାରିନଥିଲା। ପ୍ରଥମ ଦୁଇଟି ମ୍ୟାଚ ପାଇଁ ରୋହିତ ଶର୍ମାଙ୍କୁ ଆରାମ ଦିଆଯାଇଛି। ସେପଟେ ଓପେନିଂ ଯୋଡ଼ି ଲୋକେଶ ରାହୁଲ ଓ ଶିଖର ଧୱନ ଦ୍ବିତୀୟ ମ୍ୟାଚରେ କିଭଳି ବ୍ୟାଟିଂ କରୁଛନ୍ତି ତାହାରି ଉପରେ ସଭିଙ୍କ ନଜର ରହିବ। ଗତ ମ୍ୟାଚରେ ଶ୍ରେୟସ ଆୟରଙ୍କ ଛଡ଼ା ଆଉ କେହି ବି ନିଜ ବ୍ୟାଟିଂ ଜଲୱା ଦେଖାଇ ପାରିନଥିଲେ। ଇଂଲଣ୍ଡ ବୋଲରଙ୍କ ଆକ୍ରଣାତ୍କମ ବୋଲିଂରେ ଧରାଶାୟୀ ହୋଇ ପଡ଼ିଥିଲା ଟିମ ଇଣ୍ଡିଆ।

ସେପଟେ 125ରନର ବିଜୟ ଲକ୍ଷ୍ୟକୁ ରୋକି ପାରିନଥିଲେ ଭାରତୀୟ ବୋଲର। 125ରନ ମଧ୍ୟରେ କେବଳ ଦୁଇଟି ୱିକେଟ ନେବାରେ ସକ୍ଷମ ହୋଇଥିଲା ଦଳ। ୱାଶିଂଟନ ସୁନ୍ଦର ଓ ୟୁଜିବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ତେବେ ଚହଲ ଓଭର ପିଛା 11 ଲେଖାଏଁ ଖର୍ଚ୍ଚ କରି ଦଳ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଥିଲେ। ଅକ୍ଷର ପଟେଲ ଓ ଭୁବନେଶ୍ବର କୁମାର ସଠିକ ବୋଲିଂ କରିଥିବା ବେଳେ ୱିକେଟ ନେବାରେ ସମର୍ଥ ହୋଇ ପାରିନଥିଲେ। ଦ୍ବିତୀୟ ଟି-20ରେ ଭାରତ ବୋଲିଂରେ ଧ୍ୟାନ ଦେବାକୁ ଚେଷ୍ଟା କରିବ।

ପ୍ରଥମ ଟି-20ରେ ଇଂଲଣ୍ଡ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଥିଲା। ଦ୍ବିତୀୟ ଟି-20ରେ ମଧ୍ୟ ତାହା ଜାରି ରଖିବାକୁ ଚେଷ୍ଟା କରିବ ଦଳ। ବର୍ତ୍ତମାନ ଇଂଲଣ୍ଡ ପାଖରେ ମୋମେଣ୍ଟମ ରହିଛି। ଯାହା ଦଳକୁ ନିଶ୍ଚିତ ଭାବରେ ଫାଇଦା ପହଞ୍ଚାଇବ। ସ୍ପିଂନ ବୋଲିଂ ଆକ୍ରମଣ ହେଉକି ଓପେନିଂ ବ୍ୟାଟିଂ ଉଭୟ କ୍ଷେତ୍ରରେ ଦଳ ମଝବୁତ ରହିଛି। ତେବେ ଏହି ମ୍ୟାଚରେ ଟସ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିପାରେ।

ଭାରତ ସାମ୍ଭାବ୍ୟ ଦଳ

ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ, ଶିଖର ଧୱନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ୟୁଜିବେନ୍ଦ୍ର ଚହଲ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଓ ଭୁବନେଶ୍ବର କୁମାର

ଇଂଲଣ୍ଡ ସାମ୍ଭାବ୍ୟ ଦଳ

ଜେଶନ ରଏ, ଜୋଶ ବଟଲର, ଡାବିଡ ମଲନ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ଇଅନ ମୋର୍ଗାନ(ଅଧିନାୟକ), ସାମ କୁରନ, କ୍ରୀଶ ଜୋର୍ଡାନ, ଜୋଫ୍ରା ଆର୍ଚେର, ମାର୍କ ୱୁଡ ଓ ଆଦିଲ ରାଶିଦ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details