ଓଡିଶା

odisha

ETV Bharat / sports

ଆଇସିସି କ୍ରିକେଟ ବିଶ୍ବକପ ସୁପର ଲିଗ ରାଙ୍କିଂ; ସପ୍ତମ ସ୍ଥାନରେ ଭାରତ - india at world cup super league

ଆଇସିସି କ୍ରିକେଟ ବିଶ୍ବକପ ସୁପର ଲିଗ ରାଙ୍କିଂରେ ସପ୍ତମ ସ୍ଥାନରେ ପହଞ୍ଚିଲା ଭାରତ। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ବିଜୟୀ ହେବା ପରେ ଭାରତ ଅଷ୍ଟମ ସ୍ଥାନରୁ ସପ୍ତମ ସ୍ଥାନକୁ ଉନ୍ନିତ ହୋଇଛି। ଅଧିକ ପଢ଼ନ୍ତୁ...

ଆଇସିସି କ୍ରିକେଟ ବିଶ୍ବକପ ସୁପର ଲିଗ ରାଙ୍କିଂ; ସପ୍ତମ ସ୍ଥାନରେ ଭାରତ
ଆଇସିସି କ୍ରିକେଟ ବିଶ୍ବକପ ସୁପର ଲିଗ ରାଙ୍କିଂ; ସପ୍ତମ ସ୍ଥାନରେ ଭାରତ

By

Published : Mar 29, 2021, 9:11 PM IST

ନୂଆଦିଲ୍ଲୀ:ଆଇସିସି କ୍ରିକେଟ ବିଶ୍ବକପ ସୁପର ଲିଗ ରାଙ୍କିଂରେ ସପ୍ତମ ସ୍ଥାନରେ ପହଞ୍ଚିଲା ଭାରତ। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ବିଜୟୀ ହେବା ପରେ ଭାରତ ଅଷ୍ଟମ ସ୍ଥାନରୁ ସପ୍ତମ ସ୍ଥାନକୁ ଉନ୍ନିତ ହୋଇଛି। ଭାରତ ବିପକ୍ଷରେ ଇଂଲଣ୍ଡ 2-1ରେ ଦିନିକିଆ ସିରିଜରେ ପରାଜିତ ହୋଇଛି। ଏହା ସତ୍ତ୍ବେ 40 ଅଙ୍କ ସହ ଇଂଲଣ୍ଡ ଦଳ ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି।

ଇଂଲଣ୍ଡ ବିଶ୍ବକପ ଜିତିବା ପରେ ମୋଟ 9ଟି ଦିନିକିଆ ମ୍ୟାଚ ଖେଳିଛି। ସେଥିମଧ୍ୟରୁ 4ଟିରେ ବିଜୟ ହାସଲ କରିଥିବା ବେଳେ 5ଟି ମ୍ୟାଚରେ ପରାଜିତ ହୋଇଛି। ସେହିଭଳି ଭାରତ ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ ଖେଳିଛି। ସେଥିମଧ୍ୟରେ 3ଟିରେ ବିଜୟୀ ହୋଇଥିବା ବେଳେ 3ଟିରେ ପରାଜିତ ହୋଇଛି। ଫଳରେ 29 ଅଙ୍କ ସହ ଭାରତ ସପ୍ତମ ସ୍ଥାନରେ ରହିଛି। ଧିମା ବୋଲିଂ ଯୋଗୁଁ ଭାରତର ଗୋଟିଏ ଅଙ୍କ ହରାଇବାକୁ ପଡ଼ିଥିଲା।

2020 ଜୁଲାଇ 30 ତାରିଖରୁ ସୁପର ଲିଗ ତାଲିକା ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଥମେ ଆୟରଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଥିଲା। ଆଇସିସି କ୍ରିକେଟ ବିଶ୍ବକପ ସୁପର ଲିଗରେ ନେଦରଲାଣ୍ଡ ସହ ମୋଟ 12ଟି ସାମିଲ ରହିଛନ୍ତି। ଏହି ଲିଗ ଅନୁଯାୟୀ ଅଙ୍କ ତାଲିକାରେ ଥିବା ଟପ 8ଟି ଦଳ 2023ରେ ହେବାକୁ ଥିବା ବିଶ୍ବକପ ପାଇଁ କ୍ବାଲିଫାଏ କରିବେ। ଏହି ବିଶ୍ବକପ ଭାରତରେ ଖେଳାଯିବାକୁ ଅଛି।

ଆଇସିସି କ୍ରିକେଟ ବିଶ୍ବକପ ସୁପର ଲିଗ ତାଲିକାରେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି। ସେହିଭଳି ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛି। ଆଫଘାନିସ୍ତାନ ଚତୁର୍ଥ ସ୍ଥାନରେ ରହିଛି। ଏହାପରେ ବାଂଲାଦେଶ, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ଯଥାକ୍ରମେ ପଞ୍ଚମ, ଷଷ୍ଠ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ତା ପଛକୁ ଜିମ୍ବାୱେ ନବମ ଓ ଆୟରଲାଣ୍ଡ ଦଶମ ସ୍ଥାନରେ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details