ଓଡିଶା

odisha

By

Published : Feb 24, 2021, 5:54 PM IST

ETV Bharat / sports

ଇଂଲଣ୍ଡ ବିପକ୍ଷରେ ଦ୍ବିଶତକ କରି ବିଜୟ ରାସ୍ତା ଦେଖାନ୍ତୁ ପୂଜାରା: ଅମିତ ଶାହ

ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଚେତେଶ୍ବର ପୂଜାରାଙ୍କ ଦ୍ବିଶତକ ଦେଖିବାକୁ ଚାହାନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ନରେନ୍ଦ୍ର ମୋଦି ଷ୍ଟାଡିୟମର ଉଦଘାଟନୀ ସମାରୋହରେ ଏଭଳି ଆଶା କରିଛନ୍ତି ଅମିତ ଶାହ। ଅଧିକ ପଢ଼ନ୍ତୁ...

ଇଂଲଣ୍ଡ ବିପକ୍ଷରେ ଦ୍ବିଶତକ କରି ବିଜୟ ରାସ୍ତା ଦେଖାନ୍ତୁ ପୂଜାରା: ଅମିତ ଶାହ
ଇଂଲଣ୍ଡ ବିପକ୍ଷରେ ଦ୍ବିଶତକ କରି ବିଜୟ ରାସ୍ତା ଦେଖାନ୍ତୁ ପୂଜାରା: ଅମିତ ଶାହ

ଗାନ୍ଧୀନଗର: ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଚେତେଶ୍ବର ପୂଜାରାଙ୍କ ଦ୍ବିଶତକ ଦେଖିବାକୁ ଚାହାନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଚେତେଶ୍ବର ପୂଜାରାଙ୍କୁ ନେଇ ଏଭଳି ଆଶା କରିଛନ୍ତି ଅମିତ ଶାହ।

ନରେନ୍ଦ୍ର ମୋଦି ଷ୍ଟାଡିୟମର ଉଦଘାଟନୀ ସମାରୋହରେ ଯୋଗ ଦେଇ ଅମିତ ଶାହା କହିଛନ୍ତି ଯେ, "ଏହି ଷ୍ଟାଡିୟମ ଏକ ଐତିହାସିକ ଷ୍ଟାଡିୟମ। ଏହି ଷ୍ଟାଡିୟମରେ ହିଁ ଜଭାଗଲ ଶ୍ରୀନାଥ 6ଟି ୱିକେଟ ନେଇଥିଲେ। ଏହି ଷ୍ଟାଡିୟମରେ ସୁନିଲ ଗାଭାସ୍କର 10 ହଜାର ରନ ପୂରଣ କରିଥିଲେ। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର 18 ହଜାର ରନ ମଧ୍ୟ ଏଠାରେ ହିଁ ପୂରଣ କରିବା ନିଜ କ୍ରିକେଟ କ୍ୟାରିୟରର 20 ବର୍ଷ ପୂରଣ କରିଥିଲେ। ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଗତ ଟେଷ୍ଟ ମ୍ୟାଚରେ ଚେତେଶ୍ବର ପୂଜାରା 200ରନ କରିଥିଲେ। ମୁଁ ଆଶା କରୁଛି ଏହି ମ୍ୟାଚରେ ମଧ୍ୟ ସେ ଦ୍ବିଶତକ ହାସଲ କରି ଭାରତକୁ ବିଜୟ ରାସ୍ତା ଦେଖାଇବେ।"

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦି ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି। ଏହି ଷ୍ଟାଡିୟମରେ ଭାରତ ଓ ଇିଂଲଣ୍ଡ ମଧ୍ୟରେ ତୃତୀୟ ତଥା ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳା ଯାଉଛି। 4ଟିକିଆ ଟେଷ୍ଟ ମ୍ୟାଚ ସିରିଜ ବର୍ତ୍ତମାନ 1-1ରେ ବରାବର ରହିଛି।

ନରେନ୍ଦ୍ର ମୋଦି ଷ୍ଟାଡିୟମ ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ। ଏକାସାଙ୍ଗରେ ଏହି ଷ୍ଟାଡିୟମରେ 1 ଲକ୍ଷ 32 ହଜାର ଦର୍ଶକ ମ୍ୟାଚ ଦେଖି ପାରିବେ। ଷ୍ଟାଡିୟମରେ 11ଟି ପିଚ ତିଆରି ହୋଇଛି। ଦୁଇ ପାଶ୍ବର ବାଉଣ୍ଡରୀ ସମାନ ଦୂରତା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details