ଗାନ୍ଧୀନଗର:ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-20 ମୁକାବିଲା। ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟି-20 ଭାରତ ପାଇଁ କର ବା ମର ମ୍ୟାଚ ହେବ। 5ଟିକିଆ ଟି-20 ସିରିଜରେ ଇଂଲଣ୍ଡ 2-1ରେ ଆଗୁଆ ରହିଛି। ଚତୁର୍ଥ ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚାହିଁବ ଭାରତ।
ମ୍ୟାଚରେ ଇଂଲଣ୍ଡ ଦ୍ରୁତ ବୋଲିଂ ଆକ୍ରମଣରୁ ବଞ୍ଚିବାକୁ ଚାହିଁବେ ଭାରତ ଟପ ଅର୍ଡର ବ୍ୟାଟସମ୍ୟାନ। ଖାଲି ସେତିକି ନୁହେଁ ଲୋକେସ ରାହୁଲଙ୍କ ଖରାପ ଫର୍ମ ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ସିରିଜରେ ଇଂଲଣ୍ଡ ଦ୍ରୁତ ବୋଲର ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ମାର୍କ ଉଡ ଦୁଇଟି ମ୍ୟାଚ ଖେଳିଥିବା ବେଳେ ଦୁଇଟି ଯାକ ମ୍ୟାଚ ଇଂଲଣ୍ଡ ବିଜୟ ଲାଭ କରିଛି।
କେ.ଏଲ ରାହୁଲ ତିନୋଟି ମ୍ୟାଚ ଖେଳି 1, 0 ଓ 0 ରନ କରିଛନ୍ତି। ଏହାପରେ ବି ବ୍ୟାଟିଂ କୋଚ ରାହୁଲଙ୍କ ଉପରେ ଭରଷା ରଖିଛନ୍ତି। ତେବେ ଚତୁର୍ଥ ମ୍ୟାଚ ଚୂଡ଼ାନ୍ତ ଦଳରେକ ସାମିଲ ହେବେ କି ସନେଇ ସନ୍ଦେହ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ ଭାରତ ସ୍ପିନ ବୋଲିଂ ଆକ୍ରମଣ ଏତେଟା ପ୍ରଭାବ ଦେଖାଇ ପାରିନାହିଁ। ସେପେଟ ଇଂଲଣ୍ଡ ସ୍ପିନ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ତୃତୀୟ ମ୍ୟାଚେର ୟୁଜିବେନ୍ଦ୍ର ଚହଲଙ୍କ ଓଭର ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏହି ସମସ୍ତ ବିଭାଗରେ ଭାରତ ଉନ୍ନତ ପ୍ରଦର୍ଶନ କରିବାକୁ ଚାହିଁବ।
ଭାରତ ଦଳ