ଓଡିଶା

odisha

ETV Bharat / sports

ସାଉଥହମ୍ପଟନରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ମ୍ୟାଚ

ଇଂଲଣ୍ଡର ସାଉଥହମ୍ପଟନରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ ମ୍ୟାଚ। ଏହାକୁ ନେଇ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

By

Published : Mar 8, 2021, 6:41 PM IST

ସାଉଥହମ୍ପଟନରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ମ୍ୟାଚ
ସାଉଥହମ୍ପଟନରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ:ଇଂଲଣ୍ଡର ସାଉଥହମ୍ପଟନରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ ମ୍ୟାଚ। ଏହାକୁ ନେଇ ବିସିସିଆଇର ଉପ ସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ସାଉଥହମ୍ପଟନର ଏଜେସ ବାଉଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଜୁନ 18ରୁ 22 ତାରିଖ ଯାଏଁ ଏହି ଐତିହାସିକ ମ୍ୟାଚ ଖେଳାଯିବ। କୋରୋନା ମହାମାରୀ ଯୋଗୁଁ ଜୁନ 23 ତାରିଖକୁ ରିଜର୍ବ ଡେ ଭାବରେ ରଖାଯାଇଛି।

ଏକ ସାକ୍ଷାତକାରରେ ପ୍ରତିକ୍ରିୟା ଦେଇ ବିସିସିଆଇର ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି ଯେ, "ବିଶ୍ବ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ ମ୍ୟାଚ ସାଉଥ ହମ୍ପଟନରେ ଖେଳାଯିବ। କୋରୋନା ମହାମାରୀରୁ ରକ୍ଷା ପାଇଁ ଏହି ଷ୍ଟାଡିୟମରେ ଆବଶ୍ୟକୀୟ ସୁବିଧା ରହିଛି। ଏଥିପାଇଁ ଇଂଲଣ୍ଡର ବହୁ ଗୁଡ଼ାଏ ମ୍ୟାଚ ଏଜେସ ବାଉଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିଲା।"

ଏହାପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ସାଉଥହମ୍ପଟନରେ ବିଶ୍ବ ଟେଷ୍ଟ ଚାମ୍ପିୟାନସିପର ଫାଇନାଲ ମ୍ୟାଚ ଖେଳାଯିବାକୁ ନେଇ ସୂଚନା ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ସାଉଥହମ୍ପଟନରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ମ୍ୟାଚରେ ମୁଁ ଉପସ୍ଥିତ ରହିବି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ରୋମାଞ୍ଚକପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି। ଏଜେସ ବାଉଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆବଶ୍ୟକୀୟ ସୁରକ୍ଷା ଓ ସୁବିଧା ରହିଥିବାରୁ ଏଠାରେ ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।"

ଇଲଂଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜକୁ 3-1ରେ ଜିତି ନେଇଥିବା ଭାରତ। ଯାହା ଫଳରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟାନସିପ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details