ଓଡିଶା

odisha

ETV Bharat / sports

ମୋଟେରା ଟେଷ୍ଟ: ଟସ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ ଦଳ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଇଂଲଣ୍ଡ ଦଳ। ଅଧିକ ପଢ଼ନ୍ତୁ...

By

Published : Feb 24, 2021, 4:53 PM IST

england team batting first in motera test against india
ମୋଟେରା ଟେଷ୍ଟ: ଟସ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ ଦଳ

ଗାନ୍ଧୀନଗର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଇଂଲଣ୍ଡ ଦଳ। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଚାରିଟି ୱିକେଟ ହରାଇଛି। ଇଶାନ୍ତ ଶର୍ମାଓ ରବି ଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ଅକ୍ସର ପଟେଲ ଦୁଇଟି ୱକେଟ ନେଇଛନ୍ତି।

ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ପାଇଁ ଭାରତ ପକ୍ଷରୁ ଦୁଇଟି ପରିବର୍ତ୍ତନ କରାଯାଇଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ଦଳରେ ଜଶପ୍ରୀତ ବୁମରାଙ୍କୁ ସ୍ଥାନ ଦିଆଯାଇଛି। ସେହିଭଳି ସ୍ପିନ ବୋଲର କୂଳଦୀପ ଯାଦବଙ୍କ ସ୍ଥାନରେ ୱାସିଂଟନ ସୁନ୍ଦରଙ୍କୁ ସ୍ଥାନ ଦିଆଯାଇଛି।

ସେହିଭଳି ଇଂଲଣ୍ଡ ଦଳ ପକ୍ଷରୁ 4ଟି ପରିବର୍ତ୍ତନ କରାଯାଇଛି। ଜେମ୍ସ ଆଣ୍ଡରସେନ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ ଓ କ୍ରାୱଲି ଦଳରେ ସ୍ଥାନ ପାଇଛନ୍ତି। ସେପଟେ ବର୍ନସ, ଲରେନ୍ସ, ଷ୍ଟୋନ ଓ ମୋଇନ ଅଲିଙ୍କୁ ବିଶ୍ରାମ ଦେଇଛି ଇଂଲଣ୍ଡ ଦଳ। ଉଭୟ ବିରାଟର ଓ ଜୋ ରୁଟ ଟସ ଜିତିବାକୁ ଚାହୁଁଥିଲେ। ଭାରତ ଟସ ଜିତିଥିଲେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ହିଁ ନେଇଥାନ୍ତା ବୋଲି ବିରାଟ କୋହଲି କହିଛନ୍ତି।

ଭାରତୀୟ ଦଳ:-

ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ୱାଶିଂଟନ ସୁନ୍ଦର, ଅକ୍ସର ପଟେଲ, ରବି ଚନ୍ଦ୍ରନ ଅଶ୍ବିନ, ଇଶାନ୍ତ ଶର୍ମା ଓ ଜଶପ୍ରୀତ ବୁମରାହ ।

ଇଂଲଣ୍ଡ ଦଳ:-

ଡୋମିନିକ ସିବିଲି, ଜାକ କ୍ରାୱଲି, ଜନି ବେୟାରଷ୍ଟୋ, ଜୋର ରୁଟ(ଅଧିନାୟକ), ବେନ ଷ୍ଟୋକସ, ଓଲି ପୋପ୍, ବେନ ଫୋକସ, ଜୋଫ୍ରା ଆର୍ଚର, ଜାକ ଲିଚ୍, ଷ୍ଟୁଆର୍ଟ ବ୍ରଡ ଓ ଜେମସ ଆଣ୍ଡରସେନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details