ଓଡିଶା

odisha

ETV Bharat / sports

ନାସିରଙ୍କ ପ୍ରତିକ୍ରିୟା: ଇଂଲଣ୍ଡ ଦଳକୁ ସତର୍କତା, ଜବାବ ଦେଇପାରେ ଭାରତ - ଭାରତ ଇଲଣ୍ଡ ଟେଷ୍ଟ ସିରିଜ 2021

ଦ୍ବିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳକୁ ସତର୍କ କରାଇଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟ ନାସିନ ହୁସେନ। ପ୍ରଥମ ମ୍ୟାଚ ହାରିବା ପରେ ଭାରତ ଶକ୍ତ ରଣନୀତି ସହ ଇଂଲଣ୍ଡକୁ ଜବାବ ଦେଇପାରେ ବୋଲି ଆଶଙ୍କା କରିଛନ୍ତି । ଅଧିକ ପଢ଼ନ୍ତୁ...

England should expect India to come back at them says Nasser Hussain
ନାସିରଙ୍କ ପ୍ରତିକ୍ରିୟା: ସତର୍କ ରୁହ ଇଂଲଣ୍ଡ ଦଳ, ଜବାବ ଦେଇପାରେ ଭାରତ

By

Published : Feb 10, 2021, 9:42 PM IST

ଚେନ୍ନାଇ: ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରି ଭାରତକୁ 227 ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ଇଂଲଣ୍ଡ ଖେଳାଳି ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଭଲ ପ୍ରଦର୍ଶନ କରିଥିଲେ । ତେବେ ଦ୍ବିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳକୁ ସତର୍କ କରାଇଛନ୍ତି ପୂର୍ବତନ ଇଂଲଣ୍ଡ କ୍ରିକେଟ ନାସିନ ହୁସେନ । ପ୍ରଥମ ମ୍ୟାଚ ହାରିବା ପରେ ଭାରତ ଶକ୍ତ ରଣନୀତି ସହ ଇଂଲଣ୍ଡକୁ ଜବାବ ଦେଇପାରେ ବୋଲି ଆଶଙ୍କା କରିଛନ୍ତି।

ନାସିରଙ୍କ ପ୍ରତିକ୍ରିୟା: ଇଂଲଣ୍ଡ ଦଳକୁ ସତର୍କତା, ଜବାବ ଦେଇପାରେ ଭାରତ

ଏକ ସାକ୍ଷାତକାରରେ ନାସିର ହୁସେନ କହିଛନ୍ତି ଯେ, "ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ସିରିଜ ଇଂଲଣ୍ଡ 4-0ରେ ହାତେଇ ପାରେ ବୋଲି ଆକଳନ କରାଯାଉଛି। କିନ୍ତୁ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡକୁ ପାଲଟା ଜବାବ ଦେଇପାରେ। ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ସିରିଜରେ ଏମିତି ହିଁ ହୋଇଥିଲା। କୋହଲି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଭାରତ ଆହତ ସମସ୍ୟା ଦେଇ ଗତି କରୁଥିଲା ଏହାସତ୍ତ୍ବେ ଦଳ ସିରିଜ ଜିତି ନେଇଥିଲା। ଏଥିପାଇଁ ଇଂଲଣ୍ଡ ଦଳ ପ୍ରସ୍ତୁତ ରହିବା ଦରକାର।"

ଇଂଲଣ୍ଡ ଦଳ ପାଖରେ ବର୍ତ୍ତମାନ ମୋମେଣ୍ଟମ ରହିଛି। ଏହି ମୋମେଣ୍ଟମକୁ ଆଗେଇ ନେବା ଦରକାର। ପ୍ରଥମ ମ୍ୟାଚରେ ଯେଭଳି ପ୍ରଥମ ବଲରୁ ଶେଷ ବଲ ଯାଏଁ ସଂଯମତାର ସହ ଖେଳ ଦେଖାଇ ଥିଲା ସେଭଳି ଖେଳ ଜାରି ରହିବା ଦରକାର। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟରେ 36ରନରେ ଅଲଆଉଟ ହୋଇଥିଲା ଏହାସତ୍ତ୍ବେ। ଦଳ ଅଷ୍ଟ୍ରେଲିଆ କବଳରୁ ସିରିଜ ଛଡ଼ାଇ ଆଣିଥିଲା। ଏଥିପାଇଁ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ଶ୍ରେଷ୍ଠ ରଣନୀତି ସହ ପଡ଼ିଆକୁ ଓହ୍ଲାଇବା ଆବଶ୍ୟକ ବୋଲି କହିଛନ୍ତି ନାସିର ହୁସେନ।

ପ୍ରଥମ ଟେଷ୍ଟ ମ୍ୟାଚରେ ଜୋ ରୁଟଙ୍କ 218 ରନ ବଳରେ ଭାରତକୁ 420 ରନ ବିଜୟ ଲକ୍ଷ୍ୟ ଦେଇଥିଲା ଇଲଂଣ୍ଡ। ଜବାବରେ ଭାରତ କେବଳ 192ରନ କରି ଅଲ ଆଉଟ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details