ଗାନ୍ଧୀନଗର: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ଡ୍ରାଇଭିଂ ସିଟରେ ଭାରତ। ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦଳ। ତେବେ ଇଂଲଣ୍ଡ ଓପନର ଦଳକୁ ଏକ ଆରମ୍ଭ ଦେବାରେ ବିଫଳ ହୋଇଛନ୍ତି। ସେପଟେ ଭାରତୀୟ ବୋଲରମାନେ ଆକ୍ରମକ ପ୍ରଦର୍ଶନ କରି ଇଂଲଣ୍ଡ ବ୍ୟାଟିଂ ଲାଇନକୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି। ପ୍ରଥମ ଇନିଂଶରେ ଦଳ ମାତ୍ର 112 ରନ କରି ଅଲ ଆଉଟ ହୋଇଛି।
ତୃତୀୟ ଟେଷ୍ଟରେ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ, ଅକ୍ସରଙ୍କୁ 6 ୱିକେଟ - ଭାରତ ଭର୍ସେସ ଇଂଲଣ୍ଡ ଟେଷ୍ଟ ସିରିଜ
18:16 February 24
ତୃତୀୟ ଟେଷ୍ଟରେ ଇଂଲଣ୍ଡ ଦଳର ବ୍ୟାଟିଂ ବିପର୍ଯ୍ୟୟ
ଇଂଲଣ୍ଡ ଦଳୀୟ ସ୍କୋର ମାତ୍ର ଦୁଇ ରନ ଥିବା ବେଳେ ନିଜର 100ତମ ଟେଷ୍ଟ ଖେଳୁଥିବା ଇଶାନ୍ତ ଶର୍ମା ଡୋମିନିକ ସିବଲୀଙ୍କୁ ଶୂନରନରେ ଆଉଟ କିରଥିଲେ। ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଜନି ବେୟାରଷ୍ଟୋ ସେ ମଧ୍ୟ ଖାତା ଖୋଲିବା ପୂର୍ବରୁ ଅକ୍ସର ପଟେଲଙ୍କ ଶିକାର ହୋଇଥିଲେ। ରୁଟ କେବଳ କେବଳ 17 ରନ କରି ଅଶ୍ବିନଙ୍କ ବଲରେ ଆଉଟ ହୋଇଥିଲେ। ଏହିଭଳି ଭାବରେ ଇଂଲଣ୍ଡର କୌଣସି ବ୍ୟାଟସମ୍ୟାନ ଭାରତୀୟ ସ୍ପିନ ବୋଲିଂ ଆକ୍ରମଣକୁ ବୁଝି ପାରିନଥିଲେ।
ଇଂଲଣ୍ଡ ପକ୍ଷରୁ ଓପନର ଜାକ କ୍ରୱଲୀ କିଛି ସମୟ ଆକ୍ରମକ ଖେଳ ଦେଖାଇ 53 ରନ କରିଥିଲେ। ସେ ମଧ୍ୟ ଅକ୍ସର ପଟେଲଙ୍କ ଶିକାର ହୋଇଥିଲେ। ସେପଟେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଗୋଟିଏ ୱିକେଟ ନେଇଛନ୍ତି। ସେହିଭଳି ଭାବରେ ଅକ୍ସର ପଟେଲ 6ଟି ଓ ରବିଚନ୍ଦ୍ରନ ଅଶ୍ବିନ 3ଟି ୱିକେଟ ନେଇଛନ୍ତି।
ଭାରତୀୟ ବୋଲିଂ ଆକ୍ରମଣ ସମ୍ମୁଖରେ କୌଣସି ଇଂଲଣ୍ଡ ବ୍ୟାଟସମ୍ୟାନ ପଡ଼ିଆରେ ସମୟ ବିତାଇ ପାରିନଥିଲେ। ବର୍ତ୍ତମାନ ଭାରତୀୟ ବ୍ୟାଟସମ୍ୟାନ ବ୍ୟାଟିଂ ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରିହଛି।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ