ଓଡିଶା

odisha

ETV Bharat / sports

ଭାରତ ଓ ଇଲଂଣ୍ଡ ସିରିଜ ତେନ୍ଦୁଲକର-କୁକ ଟ୍ରଫିରେ ନାମିତ ହେଉ: ପାନେସର

ଭାରତ ଓ ଇଲଂଣ୍ଡ ସିରିଜକୁ ତେନ୍ଦୁଲକର ଓ କୁକ ଟ୍ରଫି ନାମରେ ନାମିତ କରାଯାଉ। ଏଭଳି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଭାରତୀୟ ବଂଶଦ୍ଭୋବ ଇଂଲଣ୍ଡ ସ୍ପିନର ମଣ୍ଟି ପାନେସର। ଅଧିକ ପଢ଼ନ୍ତୁ...

By

Published : Feb 10, 2021, 8:45 PM IST

england and india test series should named as tendulkar cook trophy says monty panesar
ଭାରତ ଓ ଇଲଂଣ୍ଡ ସିରିଜ ତେନ୍ଦୁଲକର-କୁକ ଟ୍ରଫିରେ ନାମିତ ହେଉ: ପାନେସର

ନୂଆଦିଲ୍ଲୀ: "ଭାରତ ଓ ଇଲଂଣ୍ଡ ସିରିଜକୁ ତେନ୍ଦୁଲକର ଓ କୁକ ଟ୍ରଫି ନାମରେ ନାମିତ କରାଯାଉ।" ଏଭଳି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଭାରତୀୟ ବଂଶଦ୍ଭୋବ ଇଂଲଣ୍ଡ ସ୍ପିନର ମଣ୍ଟି ପାନେସର। ଦୁଇ କ୍ରିକେଟର ନିଜ ନିଜ ଦେଶ ପାଇଁ ସବୁଠାରୁ ଅଧିକ ଟେଷ୍ଟ ରନ କରିଛନ୍ତି। ଏଥିପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା ଟ୍ରଫିକୁ ଏହି ଦୁଇଜଣ କିମ୍ବଦନ୍ତୀ ଖେଳାଳିଙ୍କ ନାମରେ ନାମିତ କରିବାକୁ ସେଟ ଟ୍ବିଟ କରି ପ୍ରସ୍ତାବ ଦେଇଛନ୍ତି।

ଭାରତ ଓ ଇଲଂଣ୍ଡ ସିରିଜ ତେନ୍ଦୁଲକର-କୁକ ଟ୍ରଫିରେ ନାମିତ ହେଉ: ପାନେସର

ମଣ୍ଟି ପାନେସର ଟ୍ବିଟ କିର କହିଛନ୍ତି ଯେ, "ଇଂଲଣ୍ଡ ଭର୍ସେସ ଭାରତ ଟେଷ୍ଟ ସିରିଜ ତେନ୍ଦୁଲକର ଓ କୁକ ଟ୍ରଫି ନାମରେ ନାମିତ କରିବା ଦରକାର। କାରଣ ଦୁଇ ବ୍ୟାଟସମ୍ୟାନ ନିଜ ନିଜ ଦେଶ ପାଇଁ ସର୍ବାଧିକ ଟେଷ୍ଟ ରନ ସଂଗ୍ରହ କରିଛନ୍ତି। ଏହାଛଡ଼ା ଦୁଇ ଖେଳାଳି ପରସ୍ପର ବିରୋଧରେ ବହୁଧର ସାମ୍ନାସାମ୍ନୀ ହୋଇଛନ୍ତି। ଏହାସହ ଆମେ ସମସ୍ତେ ଜାଣିଛେ ତେନ୍ଦୁଲକର ଜଣେ କିମ୍ବଦନ୍ତୀ କ୍ରିକେଟର। ଏହାସତ୍ତ୍ବେ ତାଙ୍କ ନାମରେ କୌଣସି ସିରିଜ ନାହିଁ। "

ଏହାଛଡ଼଼ା ସେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେଉଥିବା ଟେଷ୍ଟ ସିରିଜକୁ "କପିଲ-ବୋଥାମ" ନାମରେ ନାମିତ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ସଚିନ ତେନ୍ଦୁଲକର 1989ରେ ଟେଷ୍ଟରେ ଡେବ୍ୟୁ କରି 2013ରେ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ନେଇଥିଲେ। ସେ 200 ଟେଷ୍ଟ ମ୍ୟାଚ ଖେଳି 15 ହଜାର 921 ରନ କରିଥିଲେ। ଏଥିରେ ତାଙ୍କର 51ଟି ଶତକ ସାମିଲ ରହିଛି। ସେହିଭଳି ଆଲାଷ୍ଟେର କୁକ ଇଂଲଣ୍ଡ ପକ୍ଷରୁ 161ଟି ଟେଷ୍ଟ ମ୍ୟାଚ ଖେଳି 12 ହଜାର 472 ରନ କରିଛନ୍ତି। ସେଥି ମଧ୍ୟରେ 33ଟି ଶତକ ସାମିଲ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details