ଲଣ୍ଡନ:ଭାରତୀୟ ୱିକେଟ-କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଗୁରୁବାର ଲଣ୍ଡନରେ COVID-19 ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ଟ୍ବିଟ ଯୋଗେଁ ଟିକା ନେବା ସମୟର ଫଟୋ ସେୟାର କରିଛନ୍ତି ଶାହା । ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୧ ଟୁର୍ଣ୍ଣାମେଣ୍ଟ ସମୟରେ ଶାହା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଏକାଧିକ ଖେଳାଳି ସଂକ୍ରମିତ ଚିହ୍ନଟ ହେବା ପରେ ଆଇପିଏଲ ସ୍ଥଗିତ ହୋଇଥିଲା ।
ତେବେ ମେ ୧୮ରେ COVID-୧୯ରୁ ସୁସ୍ଥ ହୋଇଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ଶାହା । ଏହାପରେ ସେ ଭାରତୀୟ ଟିମ ସହ ବିଶ୍ବ ଟେଷ୍ଟ ଚମ୍ପିଆନସିପ(WTC) ଫାଇନାଲ ମ୍ୟାଚ୍ ପାଇଁ ୟୁକେ ଗସ୍ତ କରିଥିଲେ ।