ନୂଆଦିଲ୍ଲୀ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟଲ ସଂଘର୍ଷପୂର୍ଣ୍ଣ ଟେଷ୍ଟ ସିରିଜ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ ।
ଉଭୟ ଟିମ ପଡିଆରେ ଅଦ୍ଭୁତପୂର୍ବ କ୍ରିକେଟ କୌଶଳର ନିଦର୍ଶନ ଦେଖାଇଥିବା କହିଛନ୍ତି BCCI ବସ୍ । ଉଭୟ ଟିମ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନର ପ୍ରତିନ୍ଦ୍ବନ୍ଦ୍ବୀତା ଓ ବିଜୟ ସଂଘର୍ଷ ଟେଷ୍ଟ କ୍ରିକେଟର ବିଜୟ ବୋଲି କହିଛନ୍ତି ଗାଙ୍ଗୁଲି । ଚଳିତ ସିରିଜ ୧-୧ରେ ବରାବର ରହିଥିବାବେଳେ ଚତୁର୍ଥ ଟେଷ୍ଟର ଫଳାଫଳ ସୋମବାର ସ୍ପଷ୍ଟ ହେବ।
୩୬୮ ରନ୍ର ବିଜୟ ଲକ୍ଷ୍ୟ ଘରୋଇ ଇଂଲଣ୍ଡ ସାମ୍ନାରେ ରଖିଛି ଭାରତ । ଅନ୍ୟପଟେ ଶେଷ ତଥା ପାଞ୍ଚ ଦିନରେ ସମସ୍ତ ୱିକେଟ ଦଖଲ କରିପାରିଲେ ସିରିଜରେ ୨-୧ରେ ଆଗୁଆ ହେବ ବିରାଟ ବାହିନୀ ।