କାବୁଲ୍: ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB) ସିଇଓ ହମିଦ ସିନୱାରୀ କ୍ରିକେଟ ଅଷ୍ଟ୍ରେଲିଆ(CA)କୁ ନଭେମ୍ବରରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ଆୟୋଜନ ବାତିଲ ନିଷ୍ପତ୍ତି ଫେରାଇ ନେବାକୁ ଅନୁରୋଧ କରିଛନ୍ତି । ଏପରି ନିଷ୍ପତ୍ତିରେ ଯୁଦ୍ଧର ସାମ୍ନା କରୁଥିବା ଦେଶ ପୃଥକ ହୋଇଯିବ ।
ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଦେଶର ମହିଳାଙ୍କୁ କ୍ରିକେଟ ସହିତ ଅନ୍ୟ ଖେଳରେ ଭାଗନେବା ଉପରେ ରୋକ୍ ଲଗାଇଛି । ଯାହାଦ୍ବାରା ଆଫଗାନିସ୍ତାନ ପୁରୁଷ କ୍ରିକେଟ ଟିମର ଟେଷ୍ଟ ସଦସ୍ୟତା ସଙ୍କଟରେ ପଡିଯାଇଛି ।