ଓଡିଶା

odisha

କୋହଲିଙ୍କ ବିରୋଧରେ ଆଦିଲ ରାଶିଦ ଦ୍ବିତୀୟ ସଫଳ ବୋଲର

କୋହଲିଙ୍କ ବିରୋଧରେ ଦ୍ବିତୀୟ ସଫଳ ବୋଲର ହୋଇ ପାରିଛନ୍ତି ଇଂଲଣ୍ଡ ବୋଲର ଆଦିଲ ରାଶିଦ। ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କୁ 9ଥର ଆଉଟ କରିଛନ୍ତି। ଅଧିକ ପଢ଼ନ୍ତୁ...

By

Published : Mar 26, 2021, 8:06 PM IST

Published : Mar 26, 2021, 8:06 PM IST

କୋହଲିଙ୍କ ବିରୋଧରେ ଆଦିଲ ରାଶିଦ ଦ୍ବିତୀୟ ସଫଳ ବୋଲର
କୋହଲିଙ୍କ ବିରୋଧରେ ଆଦିଲ ରାଶିଦ ଦ୍ବିତୀୟ ସଫଳ ବୋଲର

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚ ଆଦିଲ ରାଶିଦଙ୍କ ଶିକାର ହେଲେ ବିରାଟ କୋହଲି। 66 ରନରେ ବ୍ୟାଟିଂ କରୁଥିବା ବେଳେ ରାଶିଦଙ୍କ ବଲରେ କଟ୍ ବିହାଇଣ୍ଡ ହୋଇଥିଲେ କୋହିଲି। ଏହାକୁ ମିଶାଇ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ 9 ଥର ଇଂଲଣ୍ଡର ସ୍ପିନର ଆଦିଲ ରାଶିଦ କୋହଲିଙ୍କୁ ଆଉଟ କରିଛନ୍ତି।

ଭାରତୀୟ ଅଧିନାୟକଙ୍କ ବିରୋଧରେ ଦ୍ବିତୀୟ ସଫଳ ବୋଲର ହୋଇ ପାରିଛନ୍ତି ଆଦିଲ ରାଶିଦ। ମଜାଦାର କଥା ହେଉଛି ଦ୍ବିତୀୟ ଦିନିକିଆରେ 35 ରନରେ ବ୍ୟାଟିଂ କରୁଥିବା ବେଳେ କୋହଲିଙ୍କ ଏକ କ୍ୟାଚ ଛାଡ଼ିଥିଲେ ଜଶ ବଟଲର। ସେହି ସମୟରେ ମଧ୍ୟ ଆଦିଲ ରାଶିଦ ହିଁ ବୋଲିଂ କରୁଥିଲେ।

ରନ ମେସିନଙ୍କ ବିରୋଧରେ ସବୁଠାରୁ ସଫଳ ବୋଲର ହେଉଛନ୍ତି ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ଟିମ ସାଉଦି। ସେ କୋହଲିଙ୍କୁ ମୋଟ 10 ଥର ଆଉଟ କରିଛନ୍ତି। ବର୍ତ୍ତମାନ ରାଶିଦ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଇଂଲଣ୍ଡର ଫାଷ୍ଟ ବୋଲର ଜେମସ ଆଣ୍ଡରସେନ ଓ ଇଂଲଣ୍ଡର ପୂର୍ବତନ ସ୍ପିରନ ଗ୍ରାମ ସ୍ବାନ କୋହଲିଙ୍କୁ 8ଥର ଆଉଟ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା 5ଟିକିଆ ଟି-20 ସିରିଜରେ କୋହଲିଙ୍କୁ ଦୁଇଥର ଆଉଟ କରିଥିଲେ ରାଶିଦ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details