ବ୍ରିଟେନ: ଦୀର୍ଘ ୨୪ ବର୍ଷ ପରେ ଅଣ୍ଡର-୧୯ ୱାର୍ଲ୍ଡ କପ୍(Under-19 World Cup) ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ । ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୧୫ ରନରେ ହରାଇ ଇଂଲଣ୍ଡ ଫାଇନାଲରେ ପହଞ୍ଚିଛି ।
ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରେହାନ ଅହମ୍ମଦ ବିଚକ୍ଷଣ ବୋଲିଂ କରି ୩ ଟି ୱିକେଟ ନେବା ସହ ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି । ତେବେ ୧୯୯୮ ମସିହାରେ ଫାଇନାଲ ମ୍ୟାଚ ଖେଳିଥିଲା ଇଂଲଣ୍ଡ ଟିମକୁ ଦୀର୍ଘ ୨୪ ବର୍ଷ ପରେ ଆଉ ଏକ ସୁଯୋଗ ମିଳିଛି । ଶେଷଥର ଦକ୍ଷିଣ ଆଫ୍ରିକା ସହ ଇଂଲଣ୍ଡ ଫାଇନାଲ ମ୍ୟାଚ ଖେଳି ଥିବାବେଳେ ଏଥର କେଉଁ ଟିମ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ ।