ନୂଆଦିଲ୍ଲୀ:ଦିନିକିଆ କ୍ରିକେଟରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର୍ ରେକର୍ଡ କଲା ଇଂଲଣ୍ଡ । ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ବିନିମୟରେ ଇଂଲଣ୍ଡ ଦଳ ୪୯୮ ରନ୍ କରିଛି । ଦିନିକିଆ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର୍ କରିଛି ଇଂଲଣ୍ଡ ।
Eng vs Ned ODI: ଗୋଟିଏ ଇନିଂସରେ ୪୯୮ ରନ୍ କରି ଇଂଲଣ୍ଡର ରେକର୍ଡ - ଗୋଟିଏ ଇନିଂସରେ ୪୯୮ ରନ୍ କଲା ଇଂଲଣ୍ଡ
ଦିନିକିଆ କ୍ରିକେଟରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର୍ ରେକର୍ଡ କଲା ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ବିନିମୟରେ ଇଂଲଣ୍ଡ ଦଳ ୪୯୮ ରନ୍ କରିଛି । ଅଧିକ ପଢ଼ନ୍ତୁ
ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜୋଶ ବଟଲର, ଡାୱିଡ ମଲାନ, ଫିଲ୍ ସଲ୍ଟ ଶତକ ହାସଲ କରିଛନ୍ତି । ଏହି କ୍ରମରେ ଲିଆମ୍ ଲିଭିଂଷ୍ଟୋନ୍ ଦ୍ରୁତ ଅର୍ଦ୍ଧ ଶତକ ହାସଲ କରି ରେକର୍ଡ କରିଛନ୍ତି । ଦ୍ବିତୀୟ ୱିକେଟ ପାଇଁ ମଲାନ ଓ ସଲ୍ଟଙ୍କ ମଧ୍ୟରେ ୨୨୨ ରନ୍ର ଭାଗିଦାରୀ ହୋଇଥିଲା । ଏହାପୂର୍ବରୁ ଦଳୀୟ ସ୍କୋର୍ ୧ ରନ୍ରେ ପ୍ରଥମ ୱିକେଟ ହରାଇଥିଲା ଇଂଲଣ୍ଡ ।
୨୨୩ ରନ୍ରେ ଇଂଲଣ୍ଡର ଦ୍ବିତୀୟ ୱିକେଟ ଯାଇଥିଲା । ଏହାପରେ ମଧ୍ୟ ଜୋଶ ବଟଲର ଆକ୍ରାମକ ବ୍ୟାଟିଂ କରି ୧୬୨ ରନ୍ ହାସଲ କରିଥିଲେ । ଯାହାଫଳରେ ଦଳ ୪୯୮ ରେକର୍ଡ ସ୍କୋର କରି ନିଜ ରେକର୍ଡ ଭାଙ୍ଗିଛନ୍ତି । ଏହାପୂର୍ବରୁ ୨୦୧୮ରେ ଇଂଲଣ୍ଡ ୪୮୧ ରନ୍ କରି ରେକର୍ଡ କରିଥିଲା । ଆଜି ନିଜ ରେକର୍ଡ ନିଜେ ଭାଙ୍ଗିଛି ଇଂଲଣ୍ଡ ।