ଓଡିଶା

odisha

ବିଶ୍ବକପ୍‌ ପୂର୍ବରୁ ଓମାନରେ ଇଂଲଣ୍ଡର କ୍ରିକେଟ କ୍ୟାମ୍ପ

By

Published : Oct 6, 2021, 5:04 PM IST

ଟି-୨୦ ବିଶ୍ବକପ୍‌ ପୂର୍ବରୁ ଇଂଲଣ୍ଡ ଦଳ ଓମାନରେ ୧୦ ଦିନିଆ କ୍ରିକେଟ କ୍ୟାମ୍ପ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ...

ବିଶ୍ବକପ୍‌ ପୂର୍ବରୁ ଓମାନରେ ଇଂଲଣ୍ଡର କ୍ରିକେଟ କ୍ୟାମ୍ପ
ବିଶ୍ବକପ୍‌ ପୂର୍ବରୁ ଓମାନରେ ଇଂଲଣ୍ଡର କ୍ରିକେଟ କ୍ୟାମ୍ପ

ମସ୍କଟ୍‌:ବାଜି ସାରିଛି ଟି-୨୦ ବିଶ୍ବକପ୍‌ ବିଗୁଲ । ଆଉ ଦିନ କେଇଟା ଆରମ୍ଭ ହେବ କ୍ରିକେଟର ଛୋଟ ଫର୍ମାଟରେ ମହାଲଢ଼େଇ । ଏଥିପାଇଁ ଏବେ ଗୋଟିଏ ପରେ ଗୋଟିଏ ଦଳ ଓମାନ ଓ ଦୁବାଇରେ ପହଞ୍ଚିବା ଆରମ୍ଭ କରି ଦେଇଛି । ଟିମ୍‌ ଇଣ୍ଡିଆ ଦୁବାଇରେ ଆଇପିଏଲ ଶେଷ ହେବାପରେ ବିଶ୍ବକପ୍‌ ପାଇଁ ଅଭ୍ୟାସ ଆରମ୍ଭ କରିବ । ତେବେ ଏହାରି ମଧ୍ୟରେ ଇଂଲଣ୍ଡ ଦଳ ଓମାନରେ ୧୦ ଦିନିଆ କ୍ରିକେଟ କ୍ୟାମ୍ପ କରିବାକୁ ନିଷ୍ପତି ନେଇଛି ।

ଏହାକୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛନ୍ତି । ଓମାନର ସଲତନତରେ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ଇଂଲଣ୍ଡର କ୍ରିକେଟ କ୍ୟାମ୍ପ । ଅକ୍ଟୋବର ୧୫ ତାରିଖ ଯାଏଁ ଏହି କ୍ୟାମ୍ପ ଚାଲିବ । ଏହି ସମୟରେ ଇଂଲଣ୍ଡର ଖେଳାଳିମାନେ କ୍ବାରେଣ୍ଟିନ ସହ ବାୟୋବବଲ୍‌ ଉପରେ ଧ୍ୟାନ ଦେବେ ଓ ଅଭ୍ୟାସ କରିବେ ।

ଏହାକୁ ନେଇ ଓମାନ କ୍ରିକେଟ ବୋର୍ଡ ସଭାପତି ପଙ୍କଜ ଖିମଜି କହିଛନ୍ତି ଯେ, "ଆମେ ଇଂଲିଶ କ୍ରିକେଟ ଟିମ୍‌କୁ ଓ ସମସ୍ତ ସଦସ୍ୟଙ୍କ ପରିବାରକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ରହିଛୁ । ଆଶା କରୁଛି ଏଠାରେ ସେମାନଙ୍କୁ ଏଠାରେ ଓମାନର ସଂସ୍କୃତି ଆତିଥ୍ୟ ପସନ୍ଦ ଆସିବ । ଏଭଳି ଏକ ଦଳର ଆତିଥ୍ୟ ସତ୍କାର ପାଇଁ ଆମେ ବି ବ୍ୟଗ୍ର ଅଛୁ ।"

ସେପଟେ ଇଂଲଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ୍‌ କ୍ରୀଶ ସିଲ୍‌ଭର୍‌ ଉଡ୍‌ କହିଛନ୍ତି ଯେ, "ଟି-୨୦ ବିଶ୍ବକପ୍‌ ପୂର୍ବରୁ ଓମାନରେ ୧୦ ଦିନିଆ ପ୍ରସ୍ତୁତି କ୍ୟାମ୍ପ ଆୟୋଜିତ ହେବ । ଏହାକୁ ନେଇ ଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି । ବିଭିନ୍ନ ସର୍ତ୍ତର ସହ ଏହି କ୍ୟାମ୍ପ ଆୟୋଜନ ହେବ । ଏହାକୁ ଆମେ ଉତ୍ସାହିତ ହୋଇ ରହିଛୁ । ଓମାନ କ୍ରିକେଟ ବୋର୍ଡ ଆମକୁ ସମର୍ଥନ କରିଥିବାରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details