ହାଇଦ୍ରାବାଦ: ଥମିବାର ନା ଧରୁନି ଭାରତୀୟ ମହିଳା କ୍ରିକେଟ ଦଳର ମାଙ୍ଗଡିଂ ବିବାଦ । ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତୀୟ ବୋଲର ଦିପ୍ତୀ ଶର୍ମା ଇଂଲଣ୍ଡ ବ୍ୟାଟର ଚାର୍ଲି ଡିନଙ୍କୁ ମାଙ୍ଗଡିଂ ଦ୍ବାରା ଆଉଟ କରିଥିଲେ । ଫଳସ୍ବରୁପ ଭାରତ ୧୬ରନରେ ବିଜୟୀ ହୋଇଥିଲା । ଏହି ଘଟଣାରେ ଏବେ ବିବାଦ ବଢିବାରେ ଲାଗିଛି । ଘରୋଇ ମାଟିକୁ ଫେରି ଦିପ୍ତୀ ଶର୍ମା ( Indian Cricketer Deepti Sharma ) ଏବାବଦରେ ମୁହଁ ଖୋଲିଥିଲେ । ସେ କହିଥିଲେ, ଚାର୍ଲି ( England Cricketer Charlie Dean ) ବାରମ୍ବାର କ୍ରିଜ ବାହାରକୁ ଯାଉଥିବାରୁ ଆମେ ତାଙ୍କୁ ଚେତାବନୀ ଦେଇଥିଲୁ । ଚେତାବନୀ ପରେ ମଧ୍ୟ ସେ ନନଷ୍ଟ୍ରାଇରେ କ୍ରିଜ ବାହାରକୁ ଯିବାର ନଜର ଆସିବାରୁ କ୍ରିକେଟ ନିୟମ ଅନୁଯାୟୀ ତାଙ୍କୁ ମାଙ୍ଗଡିଂ ଆଉଟ କରିଥିଲୁ ।
ସେପଟେ ଦିପ୍ତୀ ଶର୍ମାଙ୍କ ଏହି ପ୍ରତିକ୍ରିୟା ପରେ ମୁହଁ ଖୋଲିଛନ୍ତି ଇଂଲଣ୍ଡ ମହିଳା କ୍ରିକେଟର ହେଥର ନାଇଟ । ସେ କହିଛନ୍ତି, "ସେମାନେ କୌଣସି ଚେତାବନୀ ଦେଇନଥିଲେ । ଦିପ୍ତୀ ଶର୍ମା ଏବାବଦରେ ମିଛ କହିବା ଉଚିତ ନୁହେଁ ।" ଏହି ବିବାଦୀୟ ମାଙ୍କଡିଂ ଆଉଟ ବାବଦରେ ଦିପ୍ତି ଶର୍ମା କହିଛନ୍ତି, "ଆମେ ଯାହା କରିଛୁ କ୍ରିକେଟ ନିୟମ ଅନୁଯାୟୀ କରିଛୁ । ଖେଳ ସମୟରେ ନନ ଷ୍ଟ୍ରାଇକର ବ୍ୟାଟର କ୍ରିଜରୁ ବାହାରକୁ ଯିବା ନେଇ ଆମେ ବାରମ୍ବାର ୱାର୍ଣ୍ଣିଂ ଦେଇଥିଲୁ । ଏହା ସହିତ ଆମେ ଅମ୍ପୟାରଙ୍କୁ ମଧ୍ୟ ଏହି ବାବଦରେ ଅବଗତ କରାଇଥିଲୁ । ନନ୍ ଷ୍ଟ୍ରାଇକର ବ୍ୟାଟର କ୍ରିଜ ବାହାରେ ରହୁଛି । ସବୁ ଦଳ ଜିତିବା ପାଇଁ ଆଶା କରେ ଆମେ ଚାହୁଁଥିଲୁ କି ଝୁଲଣ ଗୋସ୍ବାମୀଙ୍କୁ ମ୍ୟାଚ ବିଜୟ ଭେଟି ଦେବୁ । ଭାରତକୁ ମ୍ୟାଚ ଜିତିବା ପାଇଁ ୧୦ ନମ୍ବର ୱିକେଟର ଆବଶ୍ୟକ ରହିଥିଲା । ତେଣୁ ଆମେ ଯେତେବେଳେ ଦେଖିଲୁ କି ସେ ନନ ଷ୍ଟ୍ରାଇକରେ ରହି ବୋଲିଂ ପୂର୍ବରୁ କ୍ରିଜ ଛାଡୁଛନ୍ତି ସେତେବେଳେ କ୍ରିକେଟ ନିୟମ ମୁତାବିକ ଆମେ ଚାର୍ଲି ଡିନଙ୍କୁ ଆଉଟ କରିଥିଲୁ ।"
ତେବେ ଦିପ୍ତୀ ଶର୍ମାଙ୍କ ଏହି ପ୍ରତିକ୍ରିୟା ଉପରେ ମୁହଁ ଖୋଲିଛନ୍ତି ଇଂଲଣ୍ଡ କ୍ରିକେଟର । ହେଥର ନାଇଟ୍ ନିଜର ଟ୍ବିଟର ମାଧ୍ୟମରେ କହିଛନ୍ତି, "ସେମାନେ କୌଣସି ଚେତାବନୀ ଦେଇନଥିଲେ । ଭାରତୀୟ ବୋଲର ଦିପ୍ତି ଶର୍ମା ଏପରି ମିଛ କହିବା ଉଚିତ ନୁହଁ । ସିରିଜ ଶେଷ ହୋଇଛି । ଚାର୍ଲି ଡିନଙ୍କୁ କ୍ରିକେଟ ନିୟମ ଅନୁଯାୟୀ ଆଉଟ କରାଯାଇଛି । ଆମେ ମାନୁଛୁ ଭାରତ ମ୍ୟାଚ ଜିତିବା ଏବଂ ସିରିଜ ଜିତିବା ଯୋଗ୍ୟ ବୋଲି ହେଲେ ସେମାନେ ଏପରି ମିଛ କହିବା ଉଚିତ ନୁହେଁ ।"