ଲଣ୍ଡନ:ଦ୍ବିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଲର୍ଡସର ଲଙ୍ଗ ରୁମରେ ଭାରତ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା । ଏହକୁ ନେଇ ଇଂଲଣ୍ଡର ଏକ ସୁପରିଚିତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦ୍ବିତୀୟ ଟେଷ୍ଟର ତୃତୀୟ ଦିନର ଶେଷ ସେସନରେ ଭାରତୀୟ ଖେଳାଳି ଓ ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପର ପୁନଃ ପଞ୍ଚମ ଦିନ ଫାଷ୍ଟ ବୋଲର ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ବୋଲିଂ କରି ଘାଇଲା କରିଥିଲେ ଭାରତ ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ସହ ଆଣ୍ଡରସନଙ୍କ ଯୁ୍କ୍ତିତର୍କ ହୋଇଥିବା ମଧ୍ୟ ଦେଖା ଦେଇଥିଲା ।
ତୃତୀୟ ଦିନ ଓ ମ୍ୟାଚ ଶେଷ ହେବାପରେ ମଧ୍ୟ ଇଂଲଣ୍ଡ ଅଧିନାୟକ ଜୋର ରୁଟ୍ ଓ ଭାରତର ଅଧିନାୟକ ବିରାଟ କୋହଲି କିଛି କଥା ହେଉଥିବା ଦେଖା ଦେଇଥିଲା । ଏହାପରେ ଲର୍ଡସର ଲଙ୍ଗ ରୁମରେ ଭାରତ ଓ ଇଂଲଣ୍ଡ ଦଳର ଖେଳାଳିଙ୍କ ମଧ୍ୟରେ ଅତ୍ୟଧିକ ଯୁକ୍ତିତର୍କ ହୋଇଥିବା ଆଲୋଚନା ହେଉଛି । ତେବେ ଏହାକୁ ନେଇ ବିଧିବଦ୍ଧ ଭାବରେ କୌଣସି ସୂଚନା ମିଳିନାହିଁ ।
ଦ୍ବିତୀୟ ଟେଷ୍ଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ବିବାଦକୁ ନେଇ ମଙ୍ଗଳବାର ଆଲୋଚନା କରିଥିଲେ ଜେମ୍ସ ଆଣ୍ଡରସନ । ଏଥିରେ ସେ ବୁମରାଙ୍କ ସହ ହୋଇଥିବା କଥା କଟାକଟିକୁ ନେଇ ସବିଶେଷ ଆଲୋଚନା କରିଛନ୍ତି । ବୁମରାଙ୍କ ଗୋଟଏ ଓଭରରେ ଲଗାତାର ବାଉନ୍ସର ପରେ ଏହି ବିବାଦ ଦେଖାଦେଇଥିଲା ।