ଲଣ୍ଡନ: ଆଗାମୀ ICC ପୁରୁଷ ଟି-୨୦ ବିଶ୍ବକପ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍କା । ଅଲରାଉଣ୍ଡର ସାମ କରନ ଆହତ କାରଣରୁ ଟି-୨୦ ବିଶ୍ବକପରୁ ବାଦ୍ ପଡିଛନ୍ତି ।
ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ସ୍କାନ ପାଇଁ ନିଆଯାଇଥିଲା । ସେଠାରେ ଆହତ ଥିବା ଜଣାପଡିଥିଲା । ବର୍ତ୍ତମାନ ସାମ କରନ ଚେନ୍ନାଇ ସୁପର କିଙ୍ଗ ଟିମ ସହିତ ଆଇପିଏଲ ୨୦୨୧ ଖେଳିବାକୁ UAE ରେ ରହିଛନ୍ତି । ତେବେ ଖୁବଶୀଘ୍ର ସେ UK ଫେରିଯିବେ ବୋଲି ଜଣାପଡିଛି । ଏହାପରେ ଇଂଲଣ୍ଡ କ୍ରିକେଟ ବୋର୍ଡ(ECB)ର ମେଡିକାଲ ଟିମ ସଂପୂର୍ଣ୍ଣ ଆହତ ସମସ୍ୟା ନେଇ ପରୀକ୍ଷା କରିବେ ।
ସାମ କରନଙ୍କ ବଦଳ ଖେଳାଳି ଭାବେ ଟମ କରନ ଇଂଲଣ୍ଡର ଟି-୨୦ ବିଶ୍ବକପ ସ୍କ୍ବାଡ୍ରେ ସାମିଲ ହେଇଛନ୍ତି । ଅନ୍ୟପଟେ ଅତିରିକ୍ତ ଭାବେ ବାମହାତୀ ଦ୍ରୁତ ବୋଲର ରିସ୍ ଟପଲେଙ୍କୁ ଟ୍ରାଭେଲିଂ ରିଜର୍ଭ ଭାବେ ସ୍କ୍ବାଡରେ ସାମିଲ କରି ଇଂଲଣ୍ଡ ।