ଲଣ୍ଡନ:ପ୍ରଥମ ଇନିଂସରେ ଇଂଲଣ୍ଡ ଦଳ ୪୩୨ ରନ କରି ଅଲ ଆଉଟ ହୋଇଛି । ବର୍ତ୍ତମାନ ଭାରତ ଆଗରେ ୩୫୪ ରନ ଲିଡ ରହିଛି । ପ୍ରଥମ ଇଂନିସରେ ଭାରତୀୟ ଦଳ ମାତ୍ର ୭୮ ରନ କରି ଅଲ ଆଉଟ ହେବାପରେ ଦମଦାର ପ୍ରଦର୍ଶନ କରିଛି ଇଂଲଣ୍ଡ ଦଳ । ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋର ରୁଟ ସର୍ବାଧିକ ୧୨୧ ରନ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି ।
ଇଂଲଣ୍ଡ ଦଳର ଓପନିଂ ଯୋଡ଼ି ମଧ୍ୟରେ ୧୩୫ ରନ୍ ଭାଗିଦାରୀ ହୋଇଥିଲା । ଦୁଇ ଓପନର ରୋରି ବର୍ଣ୍ଣସ ଓ ହସିବ ହମିଦ ଯଥାକ୍ରମେ ୬୧ ଓ ୬୮ ରନ କରି ପାଭେଲିୟନ ଫେରିଥିଲେ । ଏହାପରେ ତୃତୀୟ ଡାଉନରେ ବ୍ୟାଟିଂ କରିବାକୁ ଆସିଥିବା ଡେଭିଡ ମଲାନ ମଧ୍ୟ ୭୦ ରନ ପାଳି ଖେଳି ଆଉଟ ହୋଇଥିଲେ । ତେବେ ଜୋ ରୁଟ ଲଗାତାର ଧୈର୍ଯ୍ୟର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ୫ ଟିକିଆ ଟେଷ୍ଟ ସିରିଜରେ ରୁଟଙ୍କ ଏହା ତୃତୀୟ ଶତକ ।