ଓଭାଲ:ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ପ୍ରଥମ ଇଂଲଣ୍ଡ ଦଳ 290 ରନରେ ଅଲଆଉଟ ହୋଇଛି । ୬୫ ମଧ୍ୟରେ ଇଂଲଣ୍ଡ ଦଳ ପ୍ରଥମ ୫ଟି ୱିକେଟ ହରାଇଥିବା ବେଳେ ଓଲି ପୋପଙ୍କ ୮୧ ରନ୍ ଓ କ୍ରୀଶ ୱକ୍ସଙ୍କ ୫୦ ରନ ବଳରେ ଦଳ ୨୯୦ କରିଛି । ଫଳରେ ଭାରତୀୟ ଦଳ ଉପରେ ୯୯ ରନର ଲିଡ ନେଇଛି ଇଂଲଣ୍ଡ ।
ପ୍ରଥମ ଇନିଂସରେ ଭାରତୀୟ ଦଳ ଆଶାନୁରୂପକ ବ୍ୟାଟିଂ କରିପାରିନଥିଲା । ତେବେ ଦ୍ବିତୀୟ ଇନିଂସର ଖେଳ ଭାରତ ପାଇଁ ବିଜୟ ଓ ପରାଜୟ ବାଟ ଖୋଲିବ । ଭାରତ ପକ୍ଷରୁ ଫାଷ୍ଟ ବୋଲର ଉମେଶ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଜଶପ୍ରୀତ ବୁମରା ଓ ରବିନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।