ମୁଲତାନ:ପାକିସ୍ତାନ ମାଟିରେ ଇତିହାସ ରଚିଛି ଇଂଲିସ୍ ଟିମ୍ । ଭ୍ରମଣକାରୀ ଇଂଲଣ୍ଡ ଘରୋଇ ଦଳ ପାକିସ୍ତାନକୁ ହରାଇ ୨-୦ରେ ଟେଷ୍ଟ ସିରିଜ୍ ଆଗୁଆ ଜିତି ନେଇଛି । ଇଂଲଣ୍ଡ ପାକିସ୍ତାନ ସମ୍ନାରେ ୩୫୫ ରନର ଟାର୍ଗେଟ ଦେଇଥିଲା । ପାକିସ୍ତାନ ମ୍ୟାଚର ଚତୁର୍ଥ ଦିନ ତଥା ଅନ୍ତିମ ଦିନରେ ୩୨୮ ରନ କରି ଅଲ ଆଉଟ ହୋଇଯାଇଥିଲା । ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡର ରାଓ୍ୱଲପିଣ୍ଡିରେ ଖେଳାଯାଇଲା । ସେଥିରେ ପାକିସ୍ତାନକୁ ୭୪ ରନରେ ପରାସ୍ତ କରିଥିଲା ଇଂଲିସ୍ ଟିମ୍ । ଏହାର ତୃତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୭ ତାରିଖ କରାଚୀରେ ଖେଳାଯିବ ।
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୫୧.୪ ଓଭରରେ ୨୮୧ ରନ କରି ଅଲ ଆଉଟ ହୋଇଯାଇଥିଲା । ଅବରାର ଅହମ୍ମଦଙ୍କ ଘାତକ ବୋଲିଂରେ ଆତ୍ମସର୍ମପଣ କରିଥିଲେ ଇଂଲିସ୍ ବ୍ୟାଟର । ଓଲି ପୋପେ ଓ ବେନ୍ ଡୁକେଟ୍ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଡେକେଟ୍ ୪୯ ବଲରୁ ୬୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ଓଲି ପୋପେ ୬୦ ରନ କରିଥିଲେ । ସେପଟେ ପାକିସ୍ତାନର ଅବ୍ରାର ଅହମ୍ମଦ ସର୍ବାଧିକ ୭ ଟି ୱିକେଟ ନେଇଥିଲେ । ଜାହିତ ମହମ୍ମଦ ୩ ଟି ୱିକେଟ ନେଇଥିଲେ । ପ୍ରଥମ ଇଂନିସରେ ପାକିସ୍ତାନ ୬୨. ୫ ଓଭରରେ ୨୦୨ ରନ କରି ଅଲ ଆଉଟ ହୋଇଥିଲା । ବାବର ଆଜମ ଓ ସାଉଦ ସାକିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଉଭୟ ଯଥାକ୍ରମେ ୭୫ ଓ ୬୩ ରନ କରିଥିଲେ ।