ଲଣ୍ଡନ:ଓଭାଲ ଟେଷ୍ଟର ଦ୍ବିତୀୟ ଇଂନିସରେ ଭାରତର ଦମଦାର କମବ୍ୟାକ୍ । ପ୍ରଥମ ଇଂନିସରେ ବ୍ୟାଟିଂ ବିଫଳତା ସହ ୨୦୦ ରନ୍ ମଧ୍ୟରେ ଅଲଆଉଟ ହେବାପରେ ଦ୍ବିତୀୟ ଇଂନିସରେ ୪୬୬ ରନ୍ ସଂଗ୍ରହ କରିଛି ଭ୍ରମଣକାରୀଦଳ । ଫଳରେ ଇଂଲଣ୍ଡ ସାମ୍ନାରେ ୩୬୮ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।
ଉମେଶ ଯାଦବ ଓ ଜଶପ୍ରୀତ ବୁମରା ଯଥାକ୍ରମେ ୨୫ ଓ ୨୫ ରନ୍ ସଂଗ୍ରହ କରିବା ସହ ଲିଡ୍ ୩୬୭ରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ୱର୍କ୍ସ ୩ଟି ୱିକେଟ ହାସଲ କରିଥିଲେ ।
ଚତୁର୍ଥ ଦିନ ଖେଳର ତୃତୀୟ ସେସନ ୪୪୫/୮ରୁ ଆରମ୍ଭ କରିଥିଲା ଭାରତ । ତେବେ ବୁମରା ଅଧିକ ୫ ରନ୍ ସଂଗ୍ରହ କରିବାପରେ କ୍ରିସ ୱର୍କ୍ସଙ୍କ ଶିକାର ହୋଇଥିଲେ । ଏଥିସହ ନବମ ୱିକେଟ ଯୋଡିରେ ୩୬ ରନ୍ର ଭାଗିଦାରୀ ଭଙ୍ଗ ହୋଇଥିଲା । ୧୪୯ତମ ଓଭରରେ ଭାରତ ୪୬୬ରେ ଅଲଆଉଟ୍ ହୋଇଥିଲା । ଶେଷ ୱିକେଟ ଭାବେ ଉମେଶ ଯାଦବ, କ୍ରେଗ ଓଭରଟନଙ୍କ ଦ୍ବାରା ଆଉଟ୍ ହୋଇଥିଲେ ।