ହାଇଦ୍ରାବାଦ : ଟି୨୦ ବିଶ୍ବକପ ସ୍କାଡ ଘୋଷଣା ପରେ ଟ୍ବିଟରରେ ନିଜ ଖୁସି ବ୍ୟକ୍ତ କରିଲେ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ । ଟି-୨୦ ବିଶ୍ବକପରେ ଖେଳିବା ନେଇ ସେ ଲେଖିଛନ୍ତି ସ୍ବପ୍ନ ସାକାର ହୁଏ । ୨୦୦୭ ମସିହାରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବ ଟି-୨୦ ବିଶ୍ବକପ ହାତେଇଥିଲା । ତେବେ ସେତେବେଳେ ଭାରତକୁ ବିଶ୍ବକପ ଟ୍ରଫି ଦେବାର ସହଭାଗୀ ରହିଥିଲେ ଭାରତୀୟ ବ୍ୟାଟର ଦିନେଶ କାର୍ତ୍ତିକ । ଆଇସିସି ଟି-୨୦ ବିଶ୍ବକପର ଅଷ୍ଟମ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ।
ଏନେଇ ବିସିସିଆଇ ଆଜି ଟି-୨୦ ସ୍କ୍ବାଡ ଘୋଷଣା କରିଛି । ଯେଉଁଥିରେ ଦିନେଶ କାର୍ତ୍ତିକଙ୍କ ନାମ ସ୍ଥାନ ପାଇଛି । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବଶ୍ବକପରେ ଖେଳିବା ପାଇଁ ଦିନେଶ କାର୍ତ୍ତିକ ଏପ୍ରିଲ ମାସରେ ଟ୍ବିଟରରେ ପୋଷ୍ଟ କରିଥିଲେ । ତେବେ ୨୦୦୭ ରେ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ଦିନେଶ କାର୍ତ୍ତିକ ସାମିଲ ରହିଥିଲେ । ପୁଣି ଥରେ ୧୫ ବର୍ଷ ପରେ ଟି-୨୦ ବିଶ୍ବକପ ଟୁର୍ଣ୍ଣମେଣ୍ଟ ଖେଳିବାର ସୁଯୋଗ ପାଇଛନ୍ତି ଦେନେଶ କାର୍ତ୍ତିକ । ତେବେ ଏନେଇ ଦିନେଶ କାର୍ତ୍ତିକ କହିଛନ୍ତି ଭାରତ ପାଇଁ ଖେଳିବାର ପ୍ରେରଣା ସବୁ ସମୟରେ ମଜବୁତ ରହିଛି । ଆଜି ( ସୋମବାର ) ଘୋଷଣା ହୋଇଛି ଆଇସିସିସି ଟି-୨୦ ବିଶ୍ବକପ ସ୍କ୍ବାଡ । ତେବେ ସ୍କ୍ବାଡରେ ଦିନେଶ କାର୍ତ୍ତିକଙ୍କ ନାମ ଘୋଷଣା ପରେ ସେ ଉତ୍ସାହିତ ଥିବା ଜଣାପଡିଛି । ଏନେଇ କାର୍ତ୍ତିକ ଟ୍ବିଟର ମାଧ୍ୟମରେ ତାଙ୍କର ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ବିଟରରେ ନିଜର ଖୁସି ଜାହିର କରି ଲେଖିଛନ୍ତି ସ୍ବପ୍ନ ସାକାର ହୁଏ ।
ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଖେଳିବାକୁ ଘୋଷଣା କରାଯାଇଥିବା ଦଳରେ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ସାମିଲ କରାଯାଇଛି । ଦିନେଶ କାର୍ତ୍ତିକ ୨୦୨୨ ମସିହାରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ନିଜର ସ୍ଥାନ ମଜବୁତ କରିଥିଲେ । ଦିନେଶ କାର୍ତ୍ତିକ ଆଇପିଏଲ ଫ୍ରାଞ୍ଚାଇଜରେ RCB ତରଫରୁ ଖେଳି ନିଜର ଦମଦାର ପ୍ରଦର୍ଶନ ବଳରେ RCBର ଫିନିସର ଭୂମିକା ନିଭାଉଥିଲେ । ଏହା ସହିତ ଅଧିକ ରନ ସଂଗ୍ରହକାରୀ ହିସାବରେ ତାଙ୍କର ଷ୍ଟ୍ରାଇକ ରେଟ ଅଧିକ ରହିଥିଲା ।
ଭାରତୀୟ ଟି୨୦ ବିଶ୍ବକପ ପାଇଁ ସ୍କ୍ବାଡ୍