ନୂଆଦିଲ୍ଲୀ:ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଫିଜିଓଥେରାପିଷ୍ଟ ନିଯୁକ୍ତ ହେଲେ କାଶ୍ମୀରର ଜଣାଶୁଣା ଫିଜିଓ ଥେରାପିଷ୍ଟ ଡାକ୍ତର ମୀର ସୁହେଲ । ଏହାକୁ ନେଇ ଡାକ୍ତର ମୀର ସୁହେଲ୍ ଫେସବୁକ୍ରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି । ପୂର୍ବରୁ ହାଇଦ୍ରାବାଦର ଡାକ୍ତର ପ୍ରଶାନ୍ତ ପାରଚଡ ଏହି ଦାୟିତ୍ବରେ ରହିଥିଲେ । ଏହି କ୍ରମରେ ଆଫଗାନିସ୍ତାନ ଅଧିନାୟକ ହସ୍ମତ ଶାହିଦିଙ୍କ ସହ କଥା ହୋଇଛନ୍ତି ଡାକ୍ତର ମୀର ସୁହେଲ ।
ଡାକ୍ତର ମୀରଙ୍କ ସହ କଥା ହେବାବେଳେ କାଶ୍ମୀର ବୁଲିବାକୁ ଇଚ୍ଛା କରିଛନ୍ତି ଆଫଗାନିସ୍ତାନ ଅଧିନାୟକ ହସ୍ମତ ଶାହିଦି । ଫିଜିଓଥେରାପିଷ୍ଟ ଡାକ୍ତର ମୀର ଆଫଗାନିସ୍ତାନ ଟିମ୍ର ଟ୍ରେନିଂ ପାଇଁ ଆବୁଧାବିରେ ଅଛନ୍ତି । ସେଠାରେ ଟିମ୍ ସହ ୨୦ ଦିନ ପ୍ରଥମେ ଟ୍ରେନିଂ କରିବେ ଡାକ୍ତର ମୀର ।