ଓଡିଶା

odisha

ETV Bharat / sports

ସତ ହେଲା ଦିନେଶ କାର୍ତ୍ତିକଙ୍କ ଭବିଷ୍ୟବାଣୀ: ଓସ୍କାର ପାଇଲା RRR, WTC ଫାଇନାଲରେ ଭାରତ - ଦିନେଶ କାର୍ତ୍ତିକ

ଦିନେଶ କାର୍ତ୍ତିକଙ୍କ ଭବିଷ୍ୟବାଣୀକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା । ସୋମବାର ସକାଳୁ କାର୍ତ୍ତିକ କରିଥିବା ତିନୋଟି ଭବିଷ୍ୟବାଣୀ ସତ ହୋଇଛି । ସାଉଥ ଚଳଚ୍ଚିତ୍ର RRR ଓସ୍କାର ଆୱାର୍ଡ ପାଇବା ନେଇ ପୂର୍ବାନୁମାନ କରିଥିଲେ କାର୍ତ୍ତିକ । ଭାରତ ବର୍ଡର ଗାଭାସ୍କର ଟ୍ରଫି ଜିତିବା ସହ ବିଶ୍ବ ଟେଷ୍ଟ ଚାମ୍ପିଆନସିପ ଫାଇନାଲରେ ପ୍ରବେଶ କରିଛି ଭାରତ । ଯାହା କାର୍ତ୍ତିକଙ୍କ ଭବିଷ୍ୟବାଣୀ ଥିଲା । ଅଧିକ ପଢ଼ନ୍ତୁ

କାର୍ତ୍ତିକଙ୍କ ଭବିଷ୍ୟବାଣୀ ସତହେଲା
କାର୍ତ୍ତିକଙ୍କ ଭବିଷ୍ୟବାଣୀ ସତହେଲା

By

Published : Mar 13, 2023, 6:33 PM IST

ହାଇଦ୍ରାବାଦ: କ୍ରିକେଟର ଦିନେଶ କାର୍ତ୍ତିକ ଜଣେ ଧୂଆଁଧାର ବ୍ୟାଟର ଓ ୱିକେଟ ରକ୍ଷକ ସହ କ୍ରିକେଟ କମେଣ୍ଟେଟର ଭାବେ ବିଶ୍ବ କ୍ରିକେଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଆଜି ତାଙ୍କର ତିନୋଟି ଭବିଷ୍ୟବାଣୀ ସତ ହୋଇଛି । ଯେଉଁଥିପାଇଁ ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଜ୍ୟୋତିଷ ଭାବେ ବିବେଚିତ କରିଛନ୍ତି । ଏନେଇ ନିଜ ଦୃଷ୍ଟିଭଙ୍ଗିରୁ ଏଗୁଡ଼ିକୁ ଦେଖି ପୂର୍ବାନୁମାନ କରିଥିଲି ବୋଲି ଟ୍ବିଟରରେ କାର୍ତ୍ତିକ ଲେଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..Oscars 2023: ଇତିହାସ ରଚିଲା RRR, ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ନାଟୁ ନାଟୁକୁ ମିଳିଲା ଓସ୍କାର

ସୋମବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍‌ର ଅନ୍ତିମ ଦିନ ରହିଥିଲା । ସେପଟେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍‌ର ଫାଇନାଲରେ ପ୍ରବେଶ କରିବା ପାଇଁ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିବା ଆବଶ୍ୟକ ରହିଥିଲା । ଏହି କ୍ରମରେ ଆଜି ମଧ୍ୟ ୨୦୨୨ ବର୍ଷ ପାଇଁ ମନୋରଞ୍ଜନ ଦୁନିଆର ସର୍ବଶ୍ରେଷ୍ଠ ଓସ୍କାର ଆୱାର୍ଡ ଘୋଷଣା ହେବାକୁ ରହିଥିଲା । ଏନେଇ ଆଜି ସକାଳେ ଏହି ତିନୋଟି ଯାକର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିଲେ କ୍ରିକେଟର ଦିନେଶ କାର୍ତ୍ତିକ ।

ଏହା ମଧ୍ୟ ପଢ଼ନ୍ତୁ..WTC Final 2023 : ଲଗାତାର ଦ୍ବିତୀୟ ଥର ପାଇଁ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌କୁ ଗଲା ଭାରତ

ତାଙ୍କର ପ୍ରଥମ ଭବିଷ୍ୟବାଣୀ ଥିଲା ଯେ, ସାଉଥ ଚଳଚ୍ଚିତ୍ର RRR ଓସ୍କାର ପୁରସ୍କାର ପାଇବ । ଯାହା ସତ ସାବ୍ୟସ୍ତ ହୋଇଛି । RRR ଚଳଚ୍ଚିତ୍ରର ହାଇଭୋଲ୍‌ଟେଜ ଗୀତ ନାଟୁ ନାଟୁ ଅରିଜିନାଲ ସଙ୍ଗ୍‌ କାଟାଗୋରୀରେ ଓସ୍କାର ପୁରସ୍କାର ପାଇଛି । ଦିନେଶ କାର୍ତ୍ତିକଙ୍କ ଦ୍ବିତୀୟ ଭବିଷ୍ୟବାଣୀ ଥିଲା ଯେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପ୍ରବେଶ କରିବ । ତାହା ମଧ୍ୟ ସତ ହୋଇଛି । ଭାରତ ଆସନ୍ତା ୭ ଜୁନରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଖେଳିବ ।

ଏହା ମଧ୍ୟ ପଢ଼ନ୍ତୁ..Border Gavaskar Trophy: ଚତୁର୍ଥ ଟେଷ୍ଟ ଡ୍ର, ୨-୧ରେ ସିରିଜ ଜିତିଲା ଭାରତ

ସେହିଭଳି ଦିନେଶ କାର୍ତ୍ତିକ ତୃତୀୟ ଭବିଷ୍ୟବାଣୀରେ କହିଥିଲେ ଯେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ଶୃଙ୍ଖଳା ଜିତି ବର୍ଡର ଗାଭାସ୍କର ଟ୍ରଫି ହାତେଇବ । ଏହା ମଧ୍ୟ ସତ୍ୟ ହୋଇଛି । ବର୍ଡର ଗାଭାସ୍କର ଟ୍ରଫିରେ ପ୍ରଥମ ଓ ଦ୍ବିତୀୟ ମ୍ୟାଚ୍‌ ଜିତିଥିଲା ଭାରତ । ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଜିତିବା ପରେ ଭାରତ ୨-୧ରେ ଶୃଙ୍ଖଳାରେ ଆଗୁଆ ରହିଥିଲା । ତେବେ ଆଜି ଏହି ଶୃଙ୍ଖଳାର ଚତୁର୍ଥ ତଥା ଶେଷ ମ୍ୟାଚ୍‌ର ଶେଷ ଦିବସ ରହିଥିବା ବେଳେ ଏହା ଅମିମାଂସିତ ରହିବ ବୋଲି ପ୍ରାୟ ନିଶ୍ଚିତ ହୋଇସାରିଥିଲା । ଆଜି ଏହି ମ୍ୟାଚ୍‌ ଡ୍ର' ହେବାପରେ ଏହି ଶୃଙ୍ଖଳାକୁ ୨-୧ରେ ଜିତି ଟ୍ରଫି ହାତେଇଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details