ଓଡିଶା

odisha

t-20 ବିଶ୍ବକପ: ପାଉଣା ନେବେନି ମେଣ୍ଟର ମାହି

By

Published : Oct 12, 2021, 9:01 PM IST

ୟୁଏଇ ଓ ଓମାନରେ ଖେଳାଯିବାକୁ ଥିବା ICC ପୁରୁଷ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆର ମେଣ୍ଟର ହେବାକୁ କୌଣସି ପାଉଣା ନେବେନି ମହେନ୍ଦ୍ର ସିଂହ ଧୋନି । ଅଧିକ ପଢନ୍ତୁ...

Dhoni won't charge any fee for being mentor of Indian team:  sourav ganguly
ଟି-୨୦ ବିଶ୍ବକପ: ପାଉଣା ନେବେନି ମେଣ୍ଟର ମାହି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଆଗାମୀ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଟିମର ମେଣ୍ଟର ଚୟନ ହୋଇଛନ୍ତି । ଗତ ମାସ ମାସରେ ମେଗା ଇଭେଣ୍ଟ ପାଇଁ ସ୍କ୍ବାଡ ଘୋଷଣା ସମୟରେ BCCI ଏହି ନିଷ୍ପତ୍ତି ନେଇଥିଲା । ତେବେ ଏହି ଦାୟିତ୍ବ ତୁଲାଇବାକୁ ଧୋନି କୌଣସି ପାଉଣା ନେବାକୁ ମନା କରିଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି । ୟୁଏଇ ଓ ଓମାନରେ ICC ପୁରୁଷ ଟି-୨୦ ବିଶ୍ବକପ ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି ।

୪୦ ବର୍ଷୀୟ ଧୋନି ଅନ୍ତର୍ଜାତୀୟ କ୍ରିକେଟରରୁ ଗତବର୍ଷ ଅବସର ନେଇଥିଲେ । ୨୦୧୯ ବିଶ୍ବକପ ସେମିଫାନାଲ ମ୍ୟାଚ୍‌ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍‌ ଥିଲା । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାସ୍ତ ହୋଇଥିଲା ।

ଉପସ୍ଥିତ ବୁଦ୍ଧି ଓ ଚତୁର ମ୍ୟାଚ୍‌ରଣନୀତି କୌଶଳ ସହିତ ହ୍ବାଇଟବଲ୍‌ କ୍ରିକେଟରେ ଅଭିଜ୍ଞତାର ଲାଭ ଉଠାଇବାକୁ ଧୋନିଙ୍କୁ ମେଣ୍ଟର ଭାବେ ଚୟନ କରାଯାଇଥିବା କୁହାଯାଉଛି । ଭାରତୀୟ କ୍ରିକେଟ ଇତିହାସରେ ଧୋନି ଅନ୍ୟତମ ସଫଳତମ କ୍ୟାପଟେନ ରହିଛନ୍ତି । ୱିକେଟକିପର ବ୍ୟାଟ୍ସମ୍ୟାନଙ୍କ ନେତୃତ୍ବରେ ଭାରତ, ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ୨୦୦୭ ଟି-୨୦ ବିଶ୍ବକପ ଓ ଭାରତରେ ୨୦୧୧ ଦିନିକିଆ ବିଶ୍ବକପ ବିଜୟୀ ହୋଇଛି ।

ଝାଡଖଣ୍ଡର ଅତି ସମ୍ମାନର ଅଧିକାରୀ ଖେଳାଳି ଧୋନି, ୯୦ଟି ଟେଷ୍ଟ, ୩୫୦ ଦିନିକିଆ ଓ ୯୮ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି ଓ ଯଥାକ୍ରମେ ୪,୮୭୬, ୧୦୭୭୩ ଓ ୧୬୧୭ ରନ୍‌ ସଂଗ୍ରହ କରିଛନ୍ତି ।

ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା IPL 2021 ଫାଇନାଲ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ର ନେତୃତ୍ବ ନେବାର ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details