ଓଡିଶା

odisha

ETV Bharat / sports

ODI against West Indies: ଟିମ୍ ଇଣ୍ଡିଆ କ୍ୟାମ୍ପରେ କୋଭିଡ ଆତଙ୍କ, 3 ଖେଳାଳି ପଜିଟିଭ ଚିହ୍ନଟ

ଓପନର ଶିଖର ଧାୱନ, ଶ୍ରେୟସ ଆୟାର ଓ ଋତୁରାଜ ଗ୍ବାଏକୱାର୍ଡ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

By

Published : Feb 2, 2022, 10:45 PM IST

ଧାୱନ ଶ୍ରେୟସ ଋତୁରାଜ Covid19 Positive
ଧାୱନ ଶ୍ରେୟସ ଋତୁରାଜ Covid19 Positive

ଅହମଦାବାଦ : ଭାରତୀୟ କ୍ରିକେଟ ଟିମର ତିନି ସଦସ୍ୟ କୋରୋନା ପଜିଟିଭ । ଓପନର ଶିଖର ଧାୱନ, ଶ୍ରେୟସ ଆୟାର ଓ ଋତୁରାଜ ଗ୍ବାଏକୱାର୍ଡ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଟିମ ଇଣ୍ଡିଆକୁ ଚିନ୍ତାର ବିଷୟ ହୋଇଛି ।

ଭାରତୀୟ କ୍ରିକେଟ ଟିମ ସୋମବାର ଅହମ୍ମଦାବାଦରେ ପହଞ୍ଚିବା ପରେ କୋଭିଡ ପରୀକ୍ଷା କରାଯାଇଥିଲା। ଭାରତୀୟ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର, ଶିଖର ଧାୱନ ଏବଂ ଋତୁରାଜ ଗାଏକୱାର୍ଡ ଓ କିଛି ଅଫିସିଆଲ ପଜିଟିଭ ହୋଇଥିବା ସୂଚନା ରହିଛି । ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ କୋରୋନା ଚିହ୍ନଟ ହୋଇଥିବାରୁ କ୍ବାରେଣ୍ଟାଇନରେ ରଖାଯାଇଛି।

ବିସିସିଆଇ ମେଡିକାଲ ଟିମ୍ ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛି । ଖୁବଶୀଘ୍ର ବୋର୍ଡ କୌଣସି ନୂଆ ଖେଳାଳିଙ୍କ ନାମ ଘୋଷଣା କରିବ ବୋଲି ଆଶା କରାଯାଉଛି । ରବିବାର ଦିନ ଆହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ୱଷ୍ଟଇଣ୍ଡିଜ ବିପକ୍ଷରେ ତିନିଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଫେବୃୟାରୀ ୧୬ ରୁ ୨୦ ମଧ୍ୟରେ କୋଲକାତାରେ ତିନୋଟ ଟି୨୦ ମ୍ୟାଚ ଖେଳାଯିବ ।

ABOUT THE AUTHOR

...view details