ଓଡିଶା

odisha

IPL 2022: କୋରୋନା ଟେନସନ୍‌, ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀର ମିଚେଲ ମାର୍ଶ

By

Published : Apr 18, 2022, 10:50 PM IST

ପୁଣି ଥରେ କୋରୋନା କଳା ବାଦଲ ଘେରକୁ ଆସିଛି IPL 2022 । କୋରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ମିଚେଲ ମାର୍ଶ । ଅଧିକ ପଢ଼ନ୍ତୁ

IPL 2022: କୋରୋନା ଟେନସନ୍‌, ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀର ମିଚେଲ ମାର୍ଶ
IPL 2022: କୋରୋନା ଟେନସନ୍‌, ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀର ମିଚେଲ ମାର୍ଶ

ମୁମ୍ବାଇ: ପୁଣି ଥରେ କୋରୋନା ସଙ୍କଟରେ IPL 2022 । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ କୋରୋନା ସଂକ୍ରମିତ ହୋଇଥିଲେ । ସେ ବର୍ତ୍ତମାନ କ୍ବାରେଣ୍ଟିନରେ ରହିଥିବା ବେଳେ ଅଲ୍‌ରାଉଣ୍ଡର ମିଚେଲ ମାର୍ଶଙ୍କ ସହ ଟିମ୍‌ ଡାକ୍ତର ଅନ୍ୟ ଜଣେ ସପୋର୍ଟ ଷ୍ଟାଫ୍‌ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ମିଚେଲ ମାର୍ଶଙ୍କ କୋଭିଡ RTPCR ରିପୋର୍ଟ ପଜିଟିଭି ଆସିଥିଲା । ତାଙ୍କ ଦେହରେ କୋରୋନା ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ତେବେ ଟିମ୍‌ ଡାକ୍ତର ଅଭିଜିତ ସାଲ୍‌ଭେ ଓ ଅନ୍ୟ ଜଣେ ସପୋର୍ଟ ଷ୍ଟାଫ୍‌ଙ୍କ କୌଣସି କୋରୋନା ଲକ୍ଷଣ ନାହିଁ । ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ସମସ୍ତ ସଦସ୍ୟ ନିଜ ନିଜ ରୁମ୍‌ରେ କ୍ବାରେଣ୍ଟିନ୍‌ରେ ରହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ବୁଧବାର ଦିଲ୍ଲୀ ପଞ୍ଜାବ ବିପକ୍ଷରେ ମ୍ୟାଚ ଖେଳିବାକୁ ଅଛି । ବର୍ତ୍ତମାନ ପୁରା ଦଳ କ୍ବାରେଣ୍ଟିନରେ ଥିବା ବେଳେ ଏହି ମ୍ୟାଚ ହେବ କି ନାହିଁ ତାହାକୁ ନେଇ ଆଶଙ୍କା ଦେଖା ଦେଇଛି । ଏହାକୁ ନେଇ ଆଇପିଏଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଭାବରେ ସୂଚନା ଦିଆଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details